ବଢିଲା ମୋହନଙ୍କ ଟେନସନ, କାହାକୁ ଦେବେ ମନ୍ତ୍ରୀ ପଦ ?

ବଢିଲା ମୋହନଙ୍କ ଟେନସନ, କାହାକୁ ଦେବେ ମନ୍ତ୍ରୀ ପଦ ?

କେବେ ପୂରଣ ହେବ ବିଜେପିର ସମ୍ପୂଣ୍ଣ ମନ୍ତ୍ରୀ ପଦ ? ବାକି ଥିବା ମନ୍ତ୍ରୀ ପଦରେ କାହାକୁ ଦାୟିତ୍ୱ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଭଳି କିଛି ଦ୍ୱନ୍ଦ୍ୱ ଏବେ ରାଜ୍ୟରେ ସୃଷ୍ଟି ହୋଇଛି । ବିଜେପି ସରକାରକୁ ଆସିବାର ୨ ମାସରୁ ଅଧିକ ଦିନ ବିତିଗଲାଣି । କିନ୍ତୁ ଏବେ ବି ନୂଆ ମନ୍ତ୍ରୀ ମଣ୍ଡଳରେ କିଛି ମନ୍ତ୍ରୀ ପଦ ଖାଲି ରହିଛି । ତେଣୁ ଏହି ପଦ କାହାକୁ କାହାକୁ ମିଳିବ ସେନେଇ ଆଲୋଚନା ଚାଲିଛି । ତେବେ ଜୁନ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ, ୮ କ୍ୟାବିନେଟ ମନ୍ତ୍ରୀ, ଓ ୫ ଜଣ ରାଷ୍ଟମନ୍ତ୍ରୀ ଶପଥ ନେଇଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କୁ ଛାଡି ୨୧ ଜଣ ମନ୍ତ୍ରୀ କ୍ୟାବିନେଟର ରହିବା କଥା । ସେଦୃଷ୍ଟିରୁ ଦେଖିବାକୁ ଗଲେ ଏବେ ୬ଟି ମନ୍ତ୍ରୀ ପଦବୀ ଖାଲି ରହିଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଟେନସନ ବଢିଲାଣି । ଅନେକ ନେତା ମନ୍ତ୍ରୀ ପଦ ପାଇଁ ଲବି କରିବା ମଧ୍ୟ ଆରମ୍ଭ କରିସାରିଲେଣି । ଏବଂ ଅନେକ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି । ତେବେ ଚର୍ଚ୍ଚା ହେଉଥିବା ନାଁ ଗୁଡିକ ମଧ୍ୟରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଆଗରେ ରହିଛନ୍ତି । ଲକ୍ଷ୍ମଣ ବାଗ କଣ୍ଟାବାଞ୍ଜିରେ ଚଳିତ ଥର ପଦ୍ମ ଫୁଟାଇଥିବା ବେଳେ ସେ ପୂବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଭଲ ମାର୍ଜିନରେ ପରାସ୍ତ କରିଥିବାରୁ ତାଙ୍କୁ ପୁରସ୍କାର ସଦୃଶ ମନ୍ତ୍ରୀ ପଦ ମିଳିପାରେ ବୋଲି ଆଶଙ୍କା କରାଯାଉଛି । ସେହିପରି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା ପୂବରୁ ଚର୍ଚ୍ଚା ହେଉଥିଲା । ଏଥିପାଇଁ ଜୟ ନାରାୟଣ ବିଜେପି ଉପରେ ନିରାଶ ଥିବା ମଧ୍ୟ ଆକଳନ କରାଯାଉଥିଲା । ତେଣୁ ତାଙ୍କ ରାଗ ଶାନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ କ୍ୟାବିନେଟରେ ସାମିଲ କରିପାରନ୍ତି ବୋଲି ସମ୍ଭାବନା ରହିଛି । ତେବେ ଏମାନଙ୍କ ବ୍ୟତୀତ ବିଜେଡିରୁ ବିଜେପିକୁ ଆସିଥିବା ଅନେକ ନେତାଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଛି । ପ୍ରଥମ ପଯ୍ୟାୟରୁ ନିରାଶ ହେବା ପରେ ଦ୍ୱିତୀୟ ପ ଯ୍ୟାୟରେ ସେମାନଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ଆଶା ରଖିଛନ୍ତି । ତେବେ ଦେଖାଯାଉ କାହାକୁ କାହାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ କରୁଛନ୍ତି ଏବଂ କାହାର ଭାଗ୍ୟ ଖୋଲୁଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *