ବଢୁଛି ଖୋର୍ଦ୍ଧା ବିଜେଡିର ବଳ

ବଢୁଛି ଖୋର୍ଦ୍ଧା ବିଜେଡିର ବଳ

ଏଥର ଖୋର୍ଦ୍ଧାରେ ରୋଚକ ହେବ ଲଢେଇ । ବିଜେପିର ସମୀକରଣ ବିଗାଡବାକୁ ଅଣ୍ଟା ଭିଡିଲେଣି ଅଭିନେତା ତଥା ରାଜନେତା ଅଖିଳ ପଟ୍ଟନାୟକ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଏହି ବିଧାନସଭା ଆସନରେ କେବେ ବିଜେଡି , ତ କେବେ କଂଗ୍ରେସ ତ ଆଉ କେବେ ସ୍ୱାଧୀନ ପ୍ରାର୍ଥୀ ଶାସନ ଚଳାଇଛନ୍ତି । କିନ୍ତୁ ବିଜେପି ଏ ଆସନରେ କେବେ ବି ଖାତା ଖୋଲିନି । କିନ୍ତୁ ଏଥର ଏ ଆସନ ହାତେଇବା ପାଇଁ ଦଳ ମାଷ୍ଟର ପ୍ଲାନ କରିଛି । ଖାସ କରି ବିଜେଡିକୁ ଗାଦିଚ୍ୟୁତ କରି ଶାସନ ଗାଦିରେ ବସିବା ପାଇଁ ବିଜେପି ବିଜେଡି ନେତାଙ୍କୁ ହିଁ ଏଠାରେ ପ୍ରାର୍ଥୀ କରିଛି । ଚିଲିକାର ପୂର୍ବତନ ବିଧାୟକ ପ୍ରଶାନ୍ତ ଜଗଦେବ ଏଠାରେ ପ୍ରାର୍ଥୀ ହୋଇଛନ୍ତି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଖୋର୍ଦ୍ଧା ବିଜେପିର ଅନେକ ନେତା ବିଜେପିରୁ ଇସ୍ତଫା ଦେଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ଜଣେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ବେଳେ ଆଉ ଜଣେ ବିଜେଡିର ହାତ ଧରିଛନ୍ତି । କିଛି ଦିନ ପୂର୍ବରୁ ବିଜେପିରୁ ଇସ୍ତଫା ଦେଇଥିବା ଅଭିନେତା ଅଖିଳ ପଟ୍ଟନାୟକ ବିଜେଡିରେ ସାମିଲ ହୋଇଛନ୍ତି । ଯାହା ପରେ ଏବେ ସେ ଖୋର୍ଦ୍ଧାରେ ବିଜେପି ପ୍ରାର୍ଥୀଙ୍କ ରାସ୍ତାରେ କଣ୍ଟା ସୃଷ୍ଟି କରିବେ ବୋଲି ଆଲୋଚନା ଚାଲିଛି । ଅନ୍ୟପଟେ ବିଜେପି ଖୋର୍ଦ୍ଧାରେ ବିରୋଧର ଶିକାର ହେଉଥିବା ବେଳେ ଏହାର ଫାଇଦା ବିଜେଡିକୁ ହୋଇପାରେ ବୋଲି ସେଥିରେ ସନ୍ଦେହ ନାହିଁ । ତେବେ ଦେଖାଯାଉ ବିଜେଡିରେ ଅଖିଳଙ୍କ ଏଣ୍ଟ୍ରି ଦଳକୁ କେତେ ବଳ ଯୋଗାଉଛି ଏବଂ ବିଜେଡି କିପରି ପୁଣି ଥରେ ଖୋର୍ଦ୍ଧା ଗଡରେ ରାଜ କରୁଛି ।

author

Related Articles

Leave a Reply

Your email address will not be published. Required fields are marked *