ବଢୁଛି ଦ୍ୱନ୍ଦ୍ୱ, ଥମୁନି ମେଣ୍ଟ ଚର୍ଚ୍ଚା

ବଢୁଛି ଦ୍ୱନ୍ଦ୍ୱ, ଥମୁନି ମେଣ୍ଟ ଚର୍ଚ୍ଚା

ଥମିବାର ନାଁ ନେଉନି ବିଜେଡି-ବିଜେପି ମେଣ୍ଟଚର୍ଚ୍ଚା । ଦିନକୁ ଦିନ ଦ୍ୱନ୍ଦ୍ୱ ବଢିବାରେ ଲାଗିଛି । ଆଉ ଏହାରି ମଧ୍ୟରେ ଗତକାଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ସାଧାରଣ ସମ୍ପାଦକ ମାନସ ମହାନ୍ତି ଦିଲ୍ଲୀ ଗସ୍ତ କରିଛନ୍ତି । ରାଜ୍ୟ ନିବାଚନ ପ୍ରଭାରୀ ଓ ସହ ପ୍ରଭାରୀ ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଆଜି ଏମାନେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିବେ । ଆଜିର ବୈଠକରେ ମେଂଟ ସମ୍ପର୍କରେ କିଛି ନିଷ୍ପତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି । ସୂଚନା ଅନୁସାରେ ମେଣ୍ଟ ଆପାତତଃ ଚୂଡାନ୍ତ ହୋଇଛି, କେବଳ ଆସନ ଭାଗବଣ୍ଟା ନେଇ ସମସ୍ୟା ରହିଛି । ଏହା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରେ । ୧୦ ଦିନ ମଧ୍ୟରେ ରାଜ୍ୟ ବିଜେପି ନେତୃତ୍ୱ ତିନି ଥର ଦିଲ୍ଲୀ ଗସ୍ତ କରିଛନ୍ତି । ହେଲେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନଥିବା କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *