ବଢୁଛି ବାଇକ ଚୋରଙ୍କ ଉତପାତ

ବଢୁଛି ବାଇକ ଚୋରଙ୍କ ଉତପାତ

ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିସର ସ୍ଥିତ ଦୁଇ ଚକିଆ ଯାନ ରଖିବା ସ୍ଥଳରେ ଘନ ଘନ ବାଇକ ଚୋରି ଘଟଣା ଟି ରୋଗୀଙ୍କ ପରିବାର ବର୍ଗଙ୍କୁ ହନ୍ତସନ୍ତ କରାଇଦେଉଚି। ପ୍ରାପ୍ତ ସୁଚନା ଓ ସିସିଟିଭି କ୍ୟାମେରା ଫୁଟେଜ ଅନୁଯାୟୀ ଗତ ମାସ ଜୁଲାଇ 25 ତାରିଖ ଦିନ ପିତ।ମହଲ ପଞ୍ଚାୟତ ବୋଡା ଖାଲ ର ବାସିନ୍ଦା ରାଙ୍ଗା ମେଲେକା ଙ୍କ ଟିଭିଏସ୍ ଅପାଚି ବାଇକ ନମ୍ୱର ଓଡ଼ି 18 ଯେ 800, ଚଳିତ ଅଗଷ୍ଟ ମାସ 08 ତାରିଖ ଦିନ କୋତାପେଟା ପଞ୍ଚାୟତ ଭାକୁରୁଗୁଡ଼ା ଗ୍ରାମର ବାବନ ହିମିରିକାଙ୍କ ବ୍ଲୁ ରଙ୍ଗର ଟିଭିସ୍ ଆପାଚି ବାଇକ ନମ୍ୱର ଓଡି 18 ଏଚ୍ 9438, ଅଗଷ୍ଟ ମାସ 10 ତାରିଖ ଦିନ କୋତାପେଟା ପଞ୍ଚାୟତର କୋତାପେଟା ଫାର୍ମ ର ପି ସୋମେଶ୍ୱର ରାଓ ଙ୍କ ହିରୋଗ୍ଲାମର ବାଇକ୍ ନମ୍ୱର ଓଡି 18 8932 ଗାଡି ଚୋରି ଘଟଣା ରୋଗୀଙ୍କ ପରିବାର ଓ ରୋଗୀଙ୍କ ସେବା ଶୁଶ୍ରୁଷା କରିବା ପାଇଁ ଆସିଥିବା ସହାୟକ ଓ ପରିବାର ବର୍ଗ ଙ୍କ ବାଇକ ଚୋରି ହେଲା ପରେ ସମଗ୍ର ଘଟଣା ବ୍ୟତିଵ୍ୟସ୍ତ କରିଦେଉଛି। ବାଇକ ପାର୍କିଂ ଷ୍ଟାଣ୍ଡ ରେ ରଖି ରୋଗୀ ମାନଙ୍କ ସେବାରେ ନିୟୋଜିତ ହୋଇ ଥିବା ସମୟରେ ଦୁର୍ବୃତ୍ତ ମାନେ ବାଇକ ଚୋରୀ କରିଦେଉଛନ୍ତି। ବାଇକ ଷ୍ଟାଣ୍ଡ ରେ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି ଓ ଗାର୍ଡ ରଖାଯାଇଛି ହେଲେ ମଧ୍ୟ ଦୃର୍ବୁତ୍ତ ମାନେ ଚୁଟିକି ରେ ବାଇକ୍ ଚୋରୀ କରୁଛନ୍ତି। ରକ୍ଷଣ ବେକ୍ଷଣ ଅଭାବ ଯୋଗୁଁ ବାଇକ ରଖିବାକୁ ଭୟଭୀତ ହେଉଛନ୍ତି । ଶିଶିଟିଭି କ୍ୟାମେରା ଫୁଟେଜ ରେ କୋଇଦ ହେଲା ପରେ ମଧ୍ୟ ପୋଲିସ କୌଣଷି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଯୋଗୁଁ ସାଧାରଣ ଜନତା ଅସୁବିଧା ସମ୍ମୁଖୀନ ହେଉଥିବା ଅଭିଯୋଗ କରୁଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *