ବଢୁଛି ବିଜେପିର କଳି…. ମୋହନଙ୍କ ମନ୍ତ୍ରୀମଣ୍ଡଳକୁ ନେଇ ଉଠିଲା ପ୍ରଶ୍ନ !

ବଢୁଛି ବିଜେପିର କଳି…. ମୋହନଙ୍କ ମନ୍ତ୍ରୀମଣ୍ଡଳକୁ ନେଇ ଉଠିଲା ପ୍ରଶ୍ନ !

ବଢୁଛି ବିଜେପିର କଳି। ନୂଆ କରି ସରକାର ଗଢିଥିବା ବିଜେପି ସରକାରକୁ ଶାସନ କିପରି କରାଯାଏ ସେ ବାବଦରେ ଜଣାନାହିଁ ବୋଲି ଅଭିଯୋଗ ଆଣୁଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ ଠୁ ଯେ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ। ଆରମ୍ଭ ହୋଇଯାଇଛି ବିଧାନସଭାର ଦ୍ୱିତୀୟ ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ମୁଦ୍ଦା କରି ଗୃହରେ ହୋହଲ୍ଲା କରୁଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ। ଛାତ୍ର ସଂସଦ ନିର୍ବାଚନକୁ ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ବୟାନ ପରେ ଛାତ୍ର ନିର୍ବାଚନକୁ ନେଇ ଆଶା ଉନ୍ମୋଚନ ହୋଇଛି। ଅନ୍ୟପଟେ ଆଳୁ ସମସ୍ୟା ନେଇ ଯୋଗାଣ ମନ୍ତ୍ରୀ କୃଷଚନ୍ଦ୍ର ପାତ୍ରଙ୍କ ବୟାନ ହେଲେ ରାଜ୍ୟ ରାଜନୀତିରେ ରାଜନୀତି ରେ ତାଙ୍କୁ ସମାଲୋଚନା ଘେରକୁ ଟାଣୁଛି । ସେହିପରି ଛାତ୍ର ସଂସଦ ନିର୍ବାଚନକୁ ନେଇ ଆଇନ ମନ୍ତ୍ରୀ ବୟାନ ଦେବାକୁ ବିରୋଧ କରିଛି କଂଗ୍ରେସ ଛାତ୍ର ସଂସଦ। ଅନଭିଜ୍ଞ ବିଜେପି ସରକାର କେଉଁ ମନ୍ତ୍ରୀ କେଉଁ କଥା କହିବେ ଆଗ ଠିକ୍ କରନ୍ତୁ ବୋଲି କହି କଡ଼ା ସମାଲୋଚନା କରିଛି କଂଗ୍ରେସ।
ସେପଟେ ମନମୋହନ ସାମଲଙ୍କୁ ନେଇ ବିଜେପି ଶିବିରରେ ମାନସ ମନ୍ଥନ ଚାଲିଥିବା ବେଳେ ମନ୍ତ୍ରୀ ମାନଙ୍କ ଏଭଳି ମନ୍ତବ୍ୟ ମୋହନ ସରକାରଙ୍କ ମନ୍ତ୍ରୀମଣ୍ଡଳ ଉପରେ ପ୍ରଶ୍ନବାଚି ସୃଷ୍ଟି କରୁଛି।

author

Related Articles

Leave a Reply

Your email address will not be published. Required fields are marked *