ବଦଳିବେ ମୁଖ୍ୟ ଶାସନ ସଚିବେ !

ବଦଳିବେ ମୁଖ୍ୟ ଶାସନ ସଚିବେ !

ଦର୍ଶକବନ୍ଧୁ ରାଜ୍ୟରେ ବହୁଛି ପରିବର୍ତ୍ତନର ହାୱା । ପ୍ରଥମେ ସରକାର ପରିବର୍ତ୍ତନ ହେଲା ଏବେ ବଦଳିବେ ମୁଖ୍ୟ ଶାସନ ସଚିବ । ହଁ ଦର୍ଶକବନ୍ଧୁ 1990 ବ୍ୟାଚର ଆଇଏସ ଅଫିସର ମନୋଜ ଆହୁଜା ଏବେ ଓଡିଶା ଫେରିବେ । ଓଡିଶାର ମୁଖ୍ୟଶାସନ ସଚିବ ହେବେ ମନୋଜ ଆହୁଜା । କେନ୍ଦ୍ରରେ କୃଷି ବିଭାଗର ସଚିବ ଥିବା ମନୋଜଙ୍କୁ ଓଡିଶା ଫେରେଇବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ । କେନ୍ଦ୍ର କ୍ୟାବିନେଟ କମିଟି ଏ ନେଇ ଅନୁମୋଦନ ପ୍ରଦାନ କରିଛି । ରାଜ୍ୟରେ କିଏ ହେବ ନୂଆ ଶାସନ ସଚିବ କଳ୍ପନା ଜଳ୍ପନା ଲାଗିରହିଥିବା ବେଳେ ମନୋଜ ଆହୁଜାଙ୍କ ନାମ ସାମ୍ନାକୁ ଆସିଛି । ବର୍ତ୍ତମାନର ଶାସନ ସଚିବ 1989 ବ୍ୟାଚର ଆଇଏସ ଅଧିକାରୀ ହୋଇଥିବା ବେଳେ ମନୋଜ ଆହୁଜା 1990 ବ୍ୟାଚର ଆଇଏସ ଅଫିସର । ତେବେ ଯଦି ଦେଖିବା ମନୋଜ ଆହୁଜାଙ୍କଠାରୁ ବରିଷ୍ଠ ପ୍ରଦୀପ ଜେନା । କେନ୍ଦ୍ରରେ କୃଷି ସଚିବ ଥିବା ମନୋଜ ଆହୁଜା ଓଡିଶାର ମୁଖ୍ୟ ଶାସନ ସଚିବ ହେବା ନେଇ ବହୁ ଆଲୋଚନା ଚାଲିଛି । ସେ ଉଭୟ କେନ୍ଦ୍ର ଓ ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ କାର୍ଯ୍ୟ କରିଛନ୍ତି । ରାଜ୍ୟରେ ଖଣି,ଇସ୍ପାତ,କ୍ରୀଡା ଓ ଯୁବବ୍ୟାପାର ବିଭାଗର ସଚିବ ଭାବରେ କାର୍ଯ୍ୟ କରିଛନ୍ତି । ତେବେ ଶ୍ରୀ ଆହୁଜା କେବେ ଓଡିଶାର ଦାୟିତ୍ୱ ଭାର ନେଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *