ବଦଳିବ ଦ୍ରୋପଦୀ ମୁର୍ମୁଙ୍କ ଭୋଟର ଠିକଣା

ବଦଳିବ ଦ୍ରୋପଦୀ ମୁର୍ମୁଙ୍କ ଭୋଟର ଠିକଣା

ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ଭୋଟର ପରିଚୟ ପତ୍ରର ଠିକଣା କୁ ବଦଳାଯିବ । ଏବେ ରାଷ୍ଟ୍ରପତିଙ୍କ ଭୋଟର ଆଇଡି କାର୍ଡ ଠିକଣା ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ରହିଛି । କିନ୍ତୁ ବର୍ତ୍ତମାନ ନୂଆଦିଲ୍ଲୀ କ୍ଷେତ୍ରରୁ ଭୋଟର ହେବେ ରାଷ୍ଟ୍ରପତି । ଏଥିପାଇଁ ଆଇଡି କାର୍ଡର ଠିକଣା ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ପି. କୃଷ୍ଣମୂର୍ତି ରାଷ୍ଟ୍ରପତି ଭବନରେ ପହଞ୍ଚି ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ପ୍ରକ୍ରିୟା ଶେଷ ହେବା ପରେ ରାଷ୍ଟ୍ରପତି ତାଙ୍କ ଦିଲ୍ଲୀ ଠିକଣା ସହ ନୂଆ ଭୋଟର ପରିଚୟ ପତ୍ର ପାଇବେ । ଫଳରେ ଆଗାମୀ ନିର୍ବାଚନରେ ନୂଆଦିଲ୍ଲୀ କ୍ଷେତ୍ରରୁ ଭୋଟ୍ ଦେଇପାରିବେ ରାଷ୍ଟ୍ରପତି ।

author

Related Articles

Leave a Reply

Your email address will not be published. Required fields are marked *