ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଘର ମୋହନଙ୍କ ପାଇଁ କଲବଲ ଲୋକେ

ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଘର ମୋହନଙ୍କ ପାଇଁ କଲବଲ ଲୋକେ

ସାଧାରଣ ଜନାତଙ୍କୁ ଅସୁବିଧାରେ ପକାଉଛନ୍ତି କି ମୋହନ ସରକାର ? ନବୀନ ପଟ୍ଟନାୟକଙ୍କ ଠାରୁ ଅଧିକା ସିକ୍ୟୁରିଟି ପାଉଛନ୍ତି କି ମୋହନ ମାଝୀ ? ହଁ ଦର୍ଶକବନ୍ଧୁ ଖୋଦ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସାଧାରଣ ଜନାତଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଶହେ ଦିନର ସରକାରକୁ ନାନାଦି ସମସ୍ୟା ନେଇ ଟାର୍ଗେଟ କରୁଛନ୍ତି ବିରୋଧି କିନ୍ତୁ ଏଠାରେ ଲୋକଙ୍କ ଅସୁବିଧାର କାରଣ ପାଲଟିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 24 ବର୍ଷର ସରକାରକୁ କ୍ଷମତାରୁ ହଟାଇ ନିଜେ କ୍ଷମତା ଗାଦିରେ ବସିବା ପରେ ମଧ୍ୟ ମୋହନଙ୍କ ପିଛା ଛାଡୁନାହିଁ ବିବାଦ । ଏକଦା ନବୀନଙ୍କ ପାଇଁ ଯେଉଁ ସାଧାରଣ ଜନାତଙ୍କୁ କୌଣସି ଅସୁବିଧା ହେଉନଥିଲା ମୋହନଙ୍କୁ ନେଇ କାହିଁକି ଏତେ ସମସ୍ୟା ଦେଖିବାକୁ ମିଳୁଛି ବୋଲି ପ୍ରଶ୍ନ ଉଠିଲାଣି । ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ କହୁଥିବା ମୋହନ ଲୋକଙ୍କ ସୁବିଧା ବୁଝିବାରେ ଅବହେଳା କରୁଥିବାର ଦେଖାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *