ବଦଳିଲା ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ତାରିଖ

ବଦଳିଲା ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ତାରିଖ

ବଦଳିଲା ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ତାରିଖ । ଜୁନ ୧୦ ପରିବର୍ତ୍ତେ ଜୁନ୍ ୧୨ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ଏବଂ ୍‌ନ୍ୟ ବିଧାୟକଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି । ଏପଟେ ସମାରୋହ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିସାରିଥିବା ବେଳେ ହଠାତ୍ ଏପରି ନିଷ୍ପତ୍ତି କାହିଁକି ନିଆଗଲା ସେନେଇ ଦ୍ୱନ୍ଦ୍ୱ ବଢିଛି । ଅନ୍ୟପଟେ ରାଜ୍ୟ କାର୍ଯ୍ୟାଳୟରେ ଶପଥ ଗ୍ରହଣ ଉତ୍ସବର ପ୍ରସ୍ତୁତି ବୈଠକ ଚାଲିଥିବାବେଳେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ କିଛି ନିର୍ଦ୍ଦିଷ୍ଟ ସୂଚନା ଏଯାଏଁ ମିଳିପାରିନାହିଁ , ଯାହା ରାଜ୍ୟବାସୀଙ୍କ ପାଇଁ ସବୁଠୁ ବଡ ସସପେନ୍ସ । ବରିଷ୍ଠ ବିଜେପି ନେତା ପ୍ରତାପ ଷଡଙ୍ଗୀଙ୍କ ସମେତ, ଅପରାଜିତା ଷଡଙ୍ଗୀ, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବଙ୍କ ନାଁକୁ ନେଇ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ଚର୍ଚ୍ଚା ହେଉଥିବାବେଳେ ଏଥିରେ ଭଟ୍ଟା ପଡିଛି । କାରଣ ଆଜି ପ୍ରଧାନମନ୍ତ୍ରୀଙ୍କ କାର‌୍ୟ୍ୟାଳୟରୁ ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଫୋନ୍ କଲ ଆସିବା ପରେ ଏବଂ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଉପସ୍ଥିତ ହୋଇଥିବା ନେଇ ଜଣାପଡିବା ପରେ ଏ ସସପେନ୍ସ ଆହୁରି ଗଭୀର ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *