ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନାମ

ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନାମ

କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନାମ ବଦଳାଯାଇ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀ ନାମରେ ନାମିତ କରାଯାଇଛି । ଏବେ ଏହା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଭବାନୀପାଟଣା ନାମରେ ପରିଚିତ ହେବ। ଉଚ୍ଚଶିକ୍ଷା ବିଭାଗର ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । 2020ରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ସମୟରେ ବିଶ୍ୱବିଦ୍ୟାଳୟର ନାମକୁ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀଙ୍କ ନାଁରେ କରିବାକୁ ଦାବି ମିଳିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳହାଣ୍ଡି ବିଶ୍ୱବିଦ୍ୟାଳୟର ନାମକୁ ମା’ ମାଣିକେଶ୍ୱରୀଙ୍କ ନାମରେ ନାମିତ କରିବାକୁ ଘୋଷଣା କରିଥିଲେ । ଆଜି ବିଧିବଦ୍ଧ ଭାବେ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

author

Related Articles

Leave a Reply

Your email address will not be published. Required fields are marked *