ବଦଳିଲା ଲକ୍ଷ୍ମୀ ବସର ରୂପରେଖ

ବଦଳିଲା ଲକ୍ଷ୍ମୀ ବସର ରୂପରେଖ

ରାଜ୍ୟରେ ବଦଳିଛି ସରକାର । ସରକାର ବଦଳିବା ସହ ରାଜ୍ୟରେ ଅନେକ କିଛି ପରିବର୍ତ୍ତନ ହୋଇଛି । ପୂର୍ବ ସରକାରର କିଛି ଯୋଜନାକୁ ବଳବତ୍ତର ରଖିବା ସହ କିଛି କିଛି ଯୋଜନାକୁ ମୋହନ ସରକାର ପରିବର୍ତନ କରିଛନ୍ତିା ଆଉ ଏଥିରେ ଏବେ ସାମିଲ ହୋଇଛି ବିଜେଡି ସରକାର ଲକ୍ଷ୍ମୀ ବସ । ପୂର୍ବରୁ ଏହାର ରଙ୍ଗ ସବୁଜ ଥିବା ବେଳେ ଏବେ ଏହାର ରଙ୍ଗ ବଦଳି ଗେରୁଆ ହୋଇଥିବା ନଜର ଆସିଛି । କୁହାଯାଉଥିଲା ଯେ, କେବଳ ଏହି ବସର ନାଁରେ ପରିବର୍ତ୍ତନ ଆସିବ । କିନ୍ତୁ ଏବେ ଏହାର ରୂପରେଖ ମଧ୍ୟ ବଦଳିଯାଇଛି । ତେବେ କାହା ନିର୍ଦ୍ଦେଶରେ ଏହାର ରଙ୍ଗ ପରିବର୍ତ୍ତନ କରାଯାଇଛି ସେନେଇ କିଛି ବି ସୂଚନା ମିଳିନି । ତେବେ ଢେଙ୍କାନାଳରେ ବସଷ୍ଚାଣ୍ଡରେ ଥିବା ୨୮ଟି ବସର ରଙ୍ଗ ବଦଳିଥିବାର ସୂଚନା ରହିଛି ।

author

Related Articles

Leave a Reply

Your email address will not be published. Required fields are marked *