ବଦଳିଳା NMC ଲୋଗୋ; ଇଣ୍ଡିଆ ବଦଳରେ ସ୍ଥାନ ପାଇଲା ଭାରତ

ବଦଳିଳା NMC ଲୋଗୋ; ଇଣ୍ଡିଆ ବଦଳରେ ସ୍ଥାନ ପାଇଲା ଭାରତ

ଜାତୀୟ ଚିକିତ୍ସା ଆୟୋଗ(NMC) ନିଜର ଅଫିସିଆଲ ଲୋଗୋକୁ ସଂଶୋଧନ କରିଛି । NMC ର ଏହି ପରିବର୍ତ୍ତନ ପରେ ଆରମ୍ଭ ହୋଇଛି ବିବାଦା NMC ର ନୂଆ ଲୋଗୋରେ ଇଣ୍ଡିଆ ଶବ୍ଦକୁ ବଦଳାଇ ଭାରତ ରଖାଯାଇଛି । ଏହା ବ୍ୟତୀତ ଆୟୁର୍ବେଦର ଦେବତା ଧନ୍ୱନ୍ତରୀଙ୍କର ଏକ ଫଟୋ ମଧ୍ୟ ଲୋଗୋରେ ଅତିରିକ୍ତ ଯୋଡା ହୋଇଛି । ତେବେ ପୁରୁଣା ଲୋଗୋରେ ମଧ୍ୟ ଧନ୍ୱନ୍ତରୀଙ୍କର କଳାଧଳା ଫଟୋ ଥିବା ଏନଏମସି ସଫେଇ ଦେଇଛି । ରିପୋର୍ଟ ଅନୁସାରେ ପୂର୍ବରୁ ଏହି ଲୋଗୋରେ ଲାୟନ୍ କ୍ୟାପିଟାଲ ସ୍ଥାନିତ ଥିଲା । ଏହାକୁ ବେଳେବେଳେ ଆୟୋଗର ପ୍ରତୀକାତ୍ମକ ଚିତ୍ର ଭାବରେ ବ୍ୟବହୃତ କରାଯାଉଥିଲା ।

ବିବାଦ ପରେ କ’ଣ କହିଲେ ମେଡିକାଲ କମିସନ୍ ଅଧ୍ୟକ୍ଷ….
ନ୍ୟାସନାଲ ମେଡିକାଲ କମିସନ୍(ଜାତୀୟ ଚିକିତ୍ସା ଆୟୋଗ)ର କାର‌୍ୟ୍ୟନିର୍ବାହୀ ଅକ୍ଷ୍ୟକ୍ଷ ବିଏନ୍ ଗଙ୍ଗାଧର କହିଛନ୍ତି, ଘଟଣାକୁ ଅତିରଞ୍ଜିତ କରିବାର ଆଦୌ ଆବଶ୍ୟକତା ନାହିଁ । କାରଣ ଏଥିରେ ସେଭଳି କିଛି ଆଖିଦୃଶିଆ ପରିବର୍ତ୍ତନ କରାଯାଇ ନାହିଁ । କାରଣର ପୂର୍ବରୁ ମଧ୍ୟ ଲୋଗୋରେ ଧନ୍ୱନ୍ତରୀଙ୍କ ଫଟୋ ଥିଲା । ସମସ୍ତ ସଦସ୍ୟଙ୍କ ସର୍ବସମ୍ମତି କ୍ରମେ କଳାଧଳାକୁ ଫଟୋକ ରଙ୍ଗୀନ କରିବାକୁ ନିଷ୍ପତ୍ତି ହୋଇଥିଲା । କାରଣ ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ଫଟୋକୁ ପ୍ରିଣ୍ଟ୍ କରାଯାଇ ପାରିବ ନାହିଁ ।
ସେ କହିଛନ୍ତି , ଯେବେ ଏନଏମସି ଗଠନ ହୋଇଥିଲା, ସେବେଠାରୁ ଧନ୍ୱନ୍ତରୀଙ୍କ ଫଟୋକୁ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଅନେକ ଦେଶରେ ଆପୋଲୋଙ୍କୁ ଆରୋଗ୍ୟର ଦେବତା ଏବଂ ଧନ୍ୱନ୍ତରୀଙ୍କୁ ଭାରତର ଆୟୁର୍ବେଦର ଦେବତା କୁହାଯାଏ ।

author

Related Articles

Leave a Reply

Your email address will not be published. Required fields are marked *