ବଦଳୁଛି ନବୀନଙ୍କ ରଣନୀତି

ବଦଳୁଛି ନବୀନଙ୍କ ରଣନୀତି

ବଦଳୁଛି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରଣନୀତି । କ୍ଷମତାରୁ ହଟିବା ପରେ ଏବେ ନିଜକୁ ଏବଂ ଦଳକୁ ବଦଳାଇବାରେ ଲାଗିଛନ୍ତି ବିଜେଡି ସୁପ୍ରିମୋ । ପୂବରୁ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ଦଳର କର୍ମୀମାନେ ଚାହଁ ରହୁଥିଲେ । କିନ୍ତୁ ଏବେ ନିଜେ ଦଳର ସଭାପତି ଦଳୀୟ କର୍ମୀମାନଙ୍କୁ ନବୀନ ନିବାସ ଡାକି ସେମାନଙ୍କୁ ଭେଟୁଛନ୍ତି । ଏବଂ ସେମାନଙ୍କ ସହ ଘଣ୍ଟା ଘଣ୍ଟା ଧରି ଆଲୋଚନା ମଧ୍ୟ କରୁଛନ୍ତି । ନବୀନ ନିବାସକୁ ଦଳୀୟ କର୍ମୀଙ୍କ ପାଇଁ ସାହାଣ ମେଲା କରିଦେଇଛନ୍ତି । ଏହା ସହ ପୂବରୁ ସମସ୍ତ କାଯ୍ୟ ନେତାମାନଙ୍କ ଉପେର ନ୍ୟସ୍ତ କରୁଥିବା ବେଳେ ଏବେ ଖୋଦ ଗ୍ରାଉଣ୍ଡ ଜିରୋରୁ ସମସ୍ତ କାଯ୍ୟ ପରଖିବା ପାଇଁ ଏବଂ ସ୍ଥିତି କିପରି ରହିଛି ସେ ସବୁ ଉପରେ ନଜର ରଖିବା ପାଇଁ ନିଜେ ଅଣ୍ଟା ଭିଡିଛନ୍ତି । ତେବେ ଦୀର୍ଘ ୨୪ ବର୍ଷ ଧରି ସରକାରରେ ଥିବା ବେଳେ ନବୀନଙ୍କର ଯେଉଁ ରୂପ ସାଧାରଣ ଲୋକ ଦେଖିନଥିଲେ ଏବେ ସେହି ରୂପ ଧୀରେ ଧୀରେ ସାମ୍ନାକୁ ଆସୁଛି । ତେବେ ଦେଖାଯାଉ ନବୀନଙ୍କର ଏହି ନୂଆ ରୂପ ଶାସକ ଦଳ ପାଇଁ କେତେ ଭାରି ପଡୁଛି ।

author

Related Articles

Leave a Reply

Your email address will not be published. Required fields are marked *