ବଦଳୁଛି ସରକାର କିନ୍ତୁ ବଦଳୁନି ସିଷ୍ଟମ

ବଦଳୁଛି ସରକାର କିନ୍ତୁ ବଦଳୁନି ସିଷ୍ଟମ

ବଦଳୁଛି ସରକାର କିନ୍ତୁ ବଦଳୁନି ସିଷ୍ଟମ । ପୂର୍ବ ମୁଖ୍ୟମନ୍ତ୍ରୀ ଯାହା କରୁଥିଲେ ନୂଆ ମୁଖ୍ୟମନ୍ତ୍ରୀ ବି ସେଇୟା କରୁଛନ୍ତି । ସେ ଫୋନରେ ସାଧାରଣ ଲୋକଙ୍କ ଦୁଃଖ ବୁଝିବା ହେଉ ବା କାର୍ଯ୍ୟକ୍ରମ ଗୁଡିକରେ ପେପର ଦେଖି ଅଭିଭାଷଣ ରଖିବା ହେଉ । କୌଣସି ଥିରେ ପରିବର୍ତ୍ତନ ହୋଇଥିବା ଦେଖାଯାଉନି । ତେବେ ପୂବତନ ମୁଖ୍ୟମନ୍ତ୍ରୀ ଓଡିଆ କହିପାରୁନଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ହୋଇ ଓଡିଆ କହିପାରୁନଥିବାରୁ ଏବଂ ପେପର ଦେଖି ନିଜର ଅଭିଭାଷଣ ରଖୁଥିବାରୁ ଅନେକ ସମାଲୋଚନା କରାଯାଉଥିଲା । କିନ୍ତୁ ଏବେ ଓଡିଆ ଅସ୍ମିତାର ଡିଣ୍ଡିମ ପିଟୁଥିବା ବିଜେପି ଦଳରୁ ହିଁ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏବଂ ସେ ଓଡିଆ କହିବା ସହ ଓଡିଆ ଲେଖି ମଧ୍ୟ ପାରୁଛନ୍ତି । କିନ୍ତୁ ତଥାପି ସେ ପେପର ଦେଖି ନିଜର ଅଭିଭାଷଣ ରଖୁଥିବାର ଅନେକ ଦୃଶ୍ୟ ସାମ୍ନାକୁ ଆସୁଛି । ନିଜେ ଓଡିଆ ଜାଣି ବି ପେପର ଦେଖି ଓଡିଆ ପଡୁଥିବାରୁ ତାଙ୍କୁ ବିଭିନ୍ନ ଦିଗରୁ ସମାଲୋଚନା କରାଯାଉଛି । ଏବଂ ପୂବ ସରକାରରେ ଯାହା ନୂଆ ସରକାରରେ ବି ସେଇୟା ଦେଖିବାକୁ ମିଳୁଥିବା ଚର୍ଚ୍ଚା ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *