ବଦ୍ରିଙ୍କ ଗଡରେ ଶାସନ କରିପାରିବେ ତ ସୌମ୍ୟ ପଟ୍ଟନାୟକ !

ବଦ୍ରିଙ୍କ ଗଡରେ ଶାସନ କରିପାରିବେ ତ ସୌମ୍ୟ ପଟ୍ଟନାୟକ !

ରାଜ୍ୟ ରାଜନୀତିର ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଗତିବିଧି କୁଆଡେ ? 24ରେ କେଉଁ ଦଳରୁ ନିର୍ବାଚନ ଲଢିବେ ? ଏ ସମସ୍ତ ଚର୍ଚ୍ଚାର ଅନ୍ତ ଘଟିସାରିଛି ଏବଂ ସୌମ୍ୟ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାର ଘଷିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ମଧ୍ୟ ଦାଖଲ କରିସାରିଛନ୍ତି । ସୌମ୍ୟ ଭାଇ ଜିନ୍ଦାବାଦ ନାରାରେ କମ୍ପୁଛି ଘଷିପୁରା ନିର୍ବାଚନ ମଣ୍ଡଳୀ । ନିଜର ବିରୋଧିଙ୍କୁ ଚେକ୍ ଦେବା ପାଇଁ ସୌମ୍ୟ ପଟ୍ଟନାୟକ ଏବେ ମଇଦାନକୁ ଓହ୍ଲାଇ ସାରିଲେଣି । ବିଜୁ ଜନତା ଦଳ ଉପରେ ଅସନ୍ତୋଷ ସୌମ୍ୟ ପଟ୍ଟନାୟକ ବିଜେଡିରୁ ବହିଷ୍କୃତ ହେବା ପରେ ତାଙ୍କୁ ନେଇ ଅନେକ ଆଲୋଚନା ସମାଲୋଚନା ଲାଗି ରହିଥିଲା । କିଏ କହୁଥିଲେ ସେ ରାଜନୀତିରୁ ସନ୍ନ୍ୟାସ ନେଇପାରନ୍ତି ତ ଆଉ କିଏ କହୁଥିଲେ ବିଜେପି ଟିକେଟରେ ନିର୍ବାଚନ ଲଢିପାରନ୍ତି କିନ୍ତୁ ଘଟଣା କିଛି ଅଲଗା ଘଟିଲା । ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜନୀତିରେ ପୁଣିଥରେ ପାଦ ଥାପିଲେ । ପ୍ରଶ୍ନ ଉଠୁଛି ବିଜେଡି ଟିକେଟରେ ଯିଏ ଦିନେ ଖଣ୍ଡପଡାରେ ରାଜୁତି କରୁଥିଲେ ସେ ଯଦି ସ୍ୱାଧୀନ ପ୍ରାର୍ଥୀ ହେବା ପାଇଁ ମନ ବଳାଇଲେ ତେବେ କାହିଁକି ଘଷିପୁରାକୁ ବାଛିଲେ, ବିଜେଡିକୁ ଶିକ୍ଷା ଦେବା ପାଇଁ ଖଣ୍ଡପଡାକୁ ଅସ୍ତ୍ର ନ କରି କାହିଁକି ସୌମ୍ୟ ଘଷିପୁରାକୁ ବାଛିଛନ୍ତି । ଘଷିପୁରାରେ ବିଜେଡି ନିଜର ଦବଦବାକୁ ବଜାୟ ରଖିଛି । ପୂର୍ବତନ ମନ୍ତ୍ରୀ ତଥା ପାଞ୍ଚ ଥରର ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ବିଜେଡି ପୁଣିଥରେ ଟିକେଟ ଦେଇଛି । ଯେଉଁଥିପାଇଁ କୁହାଯାଉଛି କି ଘଷିପୁରାରରେ ଏଥର ନିର୍ବାଚନ କିଛି ରୋଚକ ହୋଇପାରେ । ବଦ୍ରିଙ୍କୁ ଅଟକାଇବା ପାଇଁ ସୌମ୍ୟ ମଧ୍ୟ ରଣହୁଙ୍କାର ଦେଲେଣି । ହେଲେ ବରିଷ୍ଠ ନେତାଙ୍କୁ ହରାଇବା ସୌମ୍ୟଙ୍କ ପକ୍ଷେ ସହଜ ନୁହେଁ । ହେଲେ ଏହି ନିର୍ବାଚନ ମଣ୍ଡଳୀରେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟ ପଟ୍ଟନାୟକଙ୍କ ସମର୍ଥକଙ୍କ ସଂଖ୍ୟା ମଧ୍ୟ ଅଧିକା ରହିଛି । ତେବେ ଦେଖିବାକୁ ବାକି ରହିଲା ବଦ୍ରିଙ୍କ ଗଡରେ ସୌମ୍ୟ ବିଜୟର ବାନା ଉଡାଇ ପାରୁଛନ୍ତି କି ନାହିଁ ?

author

Related Articles

Leave a Reply

Your email address will not be published. Required fields are marked *