ବନକଲାଗି ନୀତି କଣ?

ବନକଲାଗି ନୀତି କଣ?


ଶ୍ରୀମନ୍ଦିରର ଅନେକ ନୀତିକାନ୍ତି ମଧ୍ୟରୁ ବନକଲାଗି ଏକ ନୀତି । ବନକ ଲାଗିର ଅର୍ଥ ଶ୍ରୀବିଗ୍ରହମାନଙ୍କୁ ରଙ୍ଗ କରିବା । ଏହାକୁ ବନକ ଲାଗି କୁହାଯାଏ । ଛତିଶା ନିଯୋଗ ସେବାୟତମାନଙ୍କ ମଧ୍ୟରୁ ଦତ ମହାପାତ୍ର ସେବକ ଏହି ନୀତି ସମ୍ପନ୍ନ କରିଥାନ୍ତି । ବନକଲାଗି ନୀତି ହେଉଛି ଗୁପ୍ତନୀତି । ଏଥିପାଇଁ ବନକଲାଗି ନୀତି ହେବା ସମୟରେ ମହାପ୍ରଭୁଙ୍କ ଦର୍ଶନକୁ ବନ୍ଦ କରିଦିଆଯାଇଥାଏ । କଳା,ଧଳା,ଲାଲ୍‌,ହଲଦି ରଙ୍ଗକୁ ନେଇ ଚତୁର୍ଦ୍ଧାମୂର୍ତିଙ୍କର ବନକଲାଗି ହୋଇଥାଏ । ଶ୍ରୀଜଗନ୍ନାଥଙ୍କ ରଙ୍ଗ କଳା, ଶ୍ରୀବଳଭଦ୍ରଙ୍କର ରଙ୍ଗ ଧଳା, ଦେବୀ ସୁଭଦ୍ରାଙ୍କର ରଙ୍ଗ ହଳଦି ଓ ଶ୍ରୀସୁଦର୍ଶନଙ୍କର ଲାଲ୍ ରଙ୍ଗ । ବନକ ଲାଗି ପାଇଁ ଧଳା ରଙ୍ଗ ଶଙ୍ଖରୁ ପ୍ରସ୍ତୁତ ହେଇଥିବା ବେଳେ ହରିତାଲରୁ ହଳଦିଆ ରଙ୍ଗ, ହିଙ୍ଗୁଳରୁ ଲାଲ୍ ରଙ୍ଗ. ଏବଂ କଳାରଙ୍ଗ ନିମନ୍ତେ ପୋଲାଙ୍ଗ ଦୀପର କଳା କୁ ବ୍ୟବହାର କରାଯାଇଥାଏ । ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶେ । କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ । ଏହି ନୀତି ନିୟମ ଅନୁଯାୟୀ ବୁଧବାର ଦିନ ହୋଇଥାଏ । ଦିପହର ଧୂପ ସରିବାପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଏ ।

author

Related Articles

Leave a Reply

Your email address will not be published. Required fields are marked *