ବନରେ ନିଆଁକୁ ରୋକିବେ ବନ କର୍ମଚାରୀ

ବନରେ ନିଆଁକୁ ରୋକିବେ ବନ କର୍ମଚାରୀ

ଆରମ୍ଭ ହୋଇଛି ଗ୍ରୀଷ୍ମଋତୁ । ଏବଂ ଗ୍ରୀଷ୍ମଋତୁ ଆରମ୍ଭରୁ ଜଙ୍ଗଲରେ ଅଗ୍ନିକାଣ୍ଡର ମୁକାବିଲା ପାଇଁ ପଦକ୍ଷେପ ନେଇଛି ବନବିଭାଗ । ବନରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ବନ ବିଭାଗ ଏଭଲି କିଛି ପଦକ୍ଷେପ ନେଇଛି । ଅଗ୍ନିକାଣ୍ଡ ଏଡାଇବାକୁ ବନ କର୍ମଚାରୀଙ୍କୁ ଦିଆଗଲା ଫାୟାର ବ୍ଲୋୟାର ବା ନିଆଁ ଲିଭା ଯନ୍ତ୍ର । ଶିମିଳିପାଳ ଅଭୟାରଣ୍ୟରେ କାମ କରୁଥିବା ବନ କର୍ମଚାରୀ ମାନଙ୍କୁ ଏହି ନିଆଁଲିଭା ଯନ୍ତ୍ର ଯୋଗାଇ ଦିଆଯାଇଛି । ସାଧାରଣତଃ ଗ୍ରୀଷ୍ମ ଋତୁ ଆରମ୍ଭରୁ ପତ୍ରଝଡ଼ା କାରଣରୁ ଜଙ୍ଗଲ ଗୁଡିକରେ ନିଆଁ ଲାଗିଥାଏ । ଏହି ଅଗ୍ନୀକାଣ୍ଡରେ ଶହ ଶହ ମୁଲ୍ୟବାନ ଗଛ ପୋଡି ପାଉଁଶ ହେବା ସହ ବନ୍ୟପ୍ରାଣୀ ମାନଙ୍କର ମଧ୍ୟ ମୃତ୍ୟୁ ହୋଇଥାଏ । ତେଣୁ କରି ଏହିସବୁ ଘଟଣାକୁ ରୋକିବା ପାଇଁ ବନବିଭାଗ ଏପରି ପଦକ୍ଷେପ ନେଇଛି ।

author

Related Articles

Leave a Reply

Your email address will not be published. Required fields are marked *