ବନ୍ଦ ହୋଇଯିବ ପତଞ୍ଜଳୀ !         

ବନ୍ଦ ହୋଇଯିବ ପତଞ୍ଜଳୀ !         

ବଢୁଛି ଯୋଗ ଗୁରୁ ରାମଦେବ ବାବାଙ୍କ ଅଡୁଆ । ବାବା ରାମଦେବଙ୍କ ଦ୍ୱାରା ପରିଚାଳିତ ପତଞ୍ଜଳୀ କମ୍ପାନୀକୁ ଲାଗିଲା ସୁପ୍ରିମକୋର୍ଟଙ୍କ ବଡ ଝଟକା । ଔଷଧୀୟ କମ୍ପାନୀର ବିଭ୍ରାନ୍ତିକର ତଥ୍ୟକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପତଞ୍ଜଳୀ ବିଜ୍ଞାପନ ଦ୍ୱାରା କିଛି ନିର୍ଦ୍ଦିଷ୍ଟ ରୋଗ ସମ୍ପୂର୍ଣ୍ଣ ଭଲ ହୋଇଯିବା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଭଳି ବିଜ୍ଞାପନକୁ ନଦେଖାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ପ୍ରିଣ୍ଟ ମିଡିଆରେ ମଧ୍ୟ କୌଣସି ବିଜ୍ଞାପନ ନକରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏହସାନୁଦ୍ଦିନ ଅମାନୁଉଲହା ଓ ପ୍ରଶାନ୍ତ କୁମାର ମିଶ୍ରାଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରିଛନ୍ତି । ବିଜ୍ଞାପନରେ ପ୍ରକାଶ ପାଇଥିବା ଫଟୋ ଆଧାରରେ ପତଞ୍ଜଳୀକୁ ନୋଟିସ୍ ଜାରି କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପତଞ୍ଜଳୀ ଅବମାନନା କରିଥିବା କୋର୍ଟ କହିଛନ୍ତି । ଏହା ପୂର୍ବରୁ ୨୦୨୩ ମସିହାରେ ପତଞ୍ଜଳୀର ଆୟୁର୍ବେଦ ବିଜ୍ଞାପନକୁ ବିରୋଧ କରି ଭାରତୀୟ ମେଡିକାଲ ଆସୋସିଏସନ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ । ଏଲୋପାଥି ଔଷଧ ବିରୋଧରେ ବିଜ୍ଞାପନ ପ୍ରଚାର କରିଥିବାକୁ ନେଇ ଭତ୍ସନା କରିଥିଲେ । ଏପରିକି ଭବିଷ୍ୟତରେ ଏଭଳି ବିଜ୍ଞାପନ ଏବଂ ପ୍ରଚାର ଠାରୁ ଦୂରେଇ ରହିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କୋର୍ଟ କୁ ଦେଇଥିବା ପ୍ରତିଶୃତିକୁ ପତଞ୍ଜଳୀ ରଖିନି ବୋଲି କୋର୍ଟ କହିଛନ୍ତି । ଏବଂ ଭବିଷ୍ୟତରେ ଯଦି ପତଞ୍ଜଳୀ କମ୍ପାନୀ ନିଜ ଭୁଲର ପୁନରାବୃତ୍ତି କରେ ତେବେ ତାଙ୍କ ବିରୋଧରେ କୋର୍ଟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *