- ଅଡୁଆରେ ସମ୍ୱଲପୁର ବିଧାୟକ
- ଗୁଣ୍ଡାଗର୍ଦ୍ଦି କରି ଫସିଲେ ଜୟନାରାୟଣ
- ମହିଳା ଆଇଆଇସିଙ୍କୁ ମାଡ ମାରିବା ପଡିଲା ମହଙ୍ଗା
- ଜୟନାରାୟଣଙ୍କ ଆଗୁଆ ଜାମିନ ଆବେଦନ ଖାରଜ
ହଁ ଦର୍ଶକବନ୍ଧୁ 2023 ମସିହାରେ ଜିଲ୍ଲାପାଳ ଅଫିସ ଘେରାଉ ସମୟରେ ଜଣେ ମହିଳା ପୋଲିସ କର୍ମଚାରୀଙ୍କ ଉପରକୁ ଦୁର୍ବବ୍ୟବହାର କରିଥିଲେ ସମ୍ୱଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ର । କାର୍ଯ୍ୟରତ ମହିଳା ଆଇଆଇସିଙ୍କୁ ମାଡ ମାରିବା ସହିତ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ତେବେ ଏ ଘଟଣା ନେଇ ଥାନାରେ ମାମଲା ରୁଜୁ ହେବା ପରେ ଜୟନାରାୟଣ ମିଶ୍ର ହାଇକୋର୍ଟରେ ଏ ନେଇ ଆଗୁଆ ଜାମିନ ଆବେଦନ କରିଥିଲେ କିନ୍ତୁ ଏହାକୁ ଖାରଜ କରିଦେଇଥିଲେ ହାଇକୋର୍ଟ । ଏହାପରେ ହାଇକୋର୍ଟକୁ ଚ୍ୟାଲେଞ୍ଜ କରି ସୁପ୍ରିମୋକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ସମ୍ୱଲପୁର ବିଧାୟକ ଯେଉଁ ଆବେଦନକୁ ସୁପ୍ରିମୋ କୋର୍ଟ ମଧ୍ୟ ଖାରଜ କରିଛନ୍ତି ।
ଖାଲି ସେତିକି ନୁହେଁ ଆଗୁଆ ଜାମିନ ଖାରଜ ହେବା ପରେ ମଧ୍ୟ ନିଜେ ସାମ୍ୱାଦିକ ସମ୍ମିଳନୀ କରି ପୋଲିସ ଉପରେ ବର୍ଷିଛନ୍ତି ଏବଂ କହିଛନ୍ତି କି ପୋଲିସକୁ ମାଡ ମାରିବା ଦରକାର । ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଛନ୍ତି । ପୋଲିସ ଅଧିକାରୀଙ୍କୁ ନେଇ ଜୟନାରାୟଣଙ୍କ ଏପରି ବୟାନ ପରେ ଗୃହ ବିଭାଗରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଏବେ ପର୍ଯ୍ୟନ୍ତ ଚୁପ ବସିଛନ୍ତି । ତେବେ ଜୟନାରାୟଣଙ୍କ ଏପରି ବୟାନ ପରେ ତାଙ୍କୁ ତୀବ୍ର ବିରୋଧ କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ।
ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ର ଜଣେ ଜନପ୍ରତିନିଧି ହୋଇ ମଧ୍ୟ ତାଙ୍କର ଏଭଳି ଆଚରଣକୁ କଡା ସମାଲୋଚନା କରିଛନ୍ତି ରାଜ୍ୟସଭା ସାଂସଦ ସୁଲତା ଦେଓ । ଜୟନାରାୟଣଙ୍କ ଏପରି ବ୍ୟବହାରକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ଏନେଇ କୌଣସି ପ୍ରତିକ୍ରିୟା ନଜର ଆସିନାହିଁ ।