ବନ୍ଧା ହେଲେ ପ୍ରଶାନ୍ତ ଜଗଦ୍ଦେବ…

ବନ୍ଧା ହେଲେ ପ୍ରଶାନ୍ତ ଜଗଦ୍ଦେବ…

ବଢୁଛି ବିଜେପି ନେତାଙ୍କ ଗୁଣ୍ଡାଗର୍ଦ୍ଦି । ହଁ ଦର୍ଶକବନ୍ଦୁ ଗୁଣ୍ଡାଗର୍ଦ୍ଦି ନା ଉଠିଲେ କେବଳ ଜଣଙ୍କ ନାଁ ହିଁ ସାମ୍ନାକୁ ଆସେ । ସେ ହେଲେ ଚିଲିକା ବିଧାୟକ ତଥା ବର୍ତ୍ତମାନର ଖୋର୍ଦ୍ଦା ବିଜେପି ବିଧାୟକ ପ୍ରାର୍ଥୀ ପ୍ରସାନ୍ତ ଜଗଦ୍ଦେବ । ନିଜର ଏହି ଗୁଣ୍ଡାରାଜ ନୀତି ପାଇଁ ସେ ବିଜେଡିରୁ ବହିଷ୍କୃତ ହୋଇଥିଲେ ଏହାପରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ଏବଂ ବିଜେପି ତାଙ୍କୁ ଖୋର୍ଦ୍ଦା ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ କରାଇଥିଲା । ଗତକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ପ୍ରଶାନ୍ତ ବାବୁଙ୍କ ଗୁଣ୍ଡାଗର୍ଦ୍ଦି ଦେଖିବାକୁ ମିଳିଥିଲା । ଗତକାଲି ବୋଲଗଡ ବ୍ଲକର କାଉଁରିପାଟଣା ବୁଥରେ ଭୋଟ ଦେବା ପାଇଁ ପ୍ରଶାନ୍ତ ଜଗଦ୍ଦେବ ଓ ତାଙ୍କ ପତ୍ନୀ ପହଞ୍ଚିଥିଲେ ଏହାର କିଛି ସମୟ ପରେ ଇଭିଏମ ଭଙ୍ଗାରୁଜା କରାଯିବା ନେଇ ଅଭିଯୋଗ ଉଠିଥିଲା । ଏହି ଘଟଣା ପରେ ପୋଲିସ ବେଗୁନିଆଠାରୁ ବିଧାୟକଙ୍କୁ ଉଠାଇ ନେଇ ଖୋର୍ଦ୍ଦା ଠାରେ ଅଟକ ରଖିଥିଲା । ତେବେ ସମ୍ପୃକ୍ତ ବୁଥର ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଛି । ଅନ୍ୟପଟେ ଏହି ଘଟଣାକୁ ନେଇ ବିଜେଡି ମଧ୍ୟ ମୁଖ୍ୟ ନିର୍ବାଚନୀ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲା ପରନ୍ତୁ ଫ୍ରଶାନ୍ତଙ୍କ ବିରୁଦ୍ଧରେ ଏହା ଷଡଯନ୍ତ୍ର ବୋଲି ଅଭିଯୋଗ ଆଣିଥିଲେ ସ୍ଥାନୀୟ ବାସିନ୍ଦା । ତେବେ ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କ ଏପରି ଗୁଣ୍ଡାରାଜ ପାଇଁ ବିଜେଡି ଭାରତୀୟ ଜନତା ପାର୍ଟିକୁ କଟାକ୍ଷ ଉପରେ କଟାକ୍ଷ କରିଚାଲିଥିବା ବେଳେ ପ୍ରଶାନ୍ତ ଜଗଦ୍ଦେବଙ୍କ ଏପରି କାର୍ଯ୍ୟ ସାଧାରଣରେ ନିନ୍ଦନୀୟ । ତେବେ ଏଭଳି ନେତାଙ୍କୁ ନେଇ କଣ ରହିବ ବିଜେପିର ଆଗାମୀ ନିଷ୍ପତ୍ତି ବିଜେପିରୁ ବହିଷ୍କୃତ ହେବେ ନାଁ ଦଳରେ ରହି ପୁଣି ନିଜର ଆତଙ୍କ ଖେଳାଇବେ ତାହା ଦେଖିବାକୁ ଅପେକ୍ଷା ।  

author

Related Articles

Leave a Reply

Your email address will not be published. Required fields are marked *