ବନ୍ଧା ହେଲେ ଲାଞ୍ଚୁଆ ଡାକ୍ତର

ଲାଞ୍ଚ ମାଗିବା ଘଟଣାରେ ବନ୍ଧା ହେଲେ ଡାକ୍ତର I ପାରାଦୀପ ସିପିଙ୍ଗ ଏଜେନ୍ସି ଠାରୁ ୫୦ ହଜାର ତାଙ୍କ ଲାଞ୍ଚ ନେବା ଘଟଣାରେ ଗିରଫ କରିଛି CBI I ଗିରଫ ଡାକ୍ତର ଜଣକ ହେଲେ ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ I ପାରାଦୀପ ସ୍ୱାସ୍ଥ୍ୟ ସଂଗଠନର ଅଧିକାରୀ ଡଃ ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଭୁବନେଶ୍ୱର CBI କାର୍ଯ୍ୟାଳୟରେ ପଚରାଉଚୁରା କରିଥିଲେ ଅଧିକାରୀ I ଏହାପରେ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା I ଗୁରୁବାର ଧରାପଡିଥିବା ପାରାଦୀପ ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ ଡଃ ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ଠାରୁ କୋଟିଏ ଟଙ୍କା ସହ ବିଦେଶୀ ମଦ ଓ ସିଗାରେଟ ଜବତ । ପାରାଦୀପ ଭୁଇଁଆ ଛକରେ ଥିବା କାର୍ଯ୍ୟାଳୟ ରେ ଟଙ୍କା ନେଉଥିବା ବେଳେ ଅପରାହ୍ଣରେ ମାଡି ବସିଥିଲା ସିବିଆଇ । ପାରାଦୀପ ବନ୍ଦରକୁ ଆସୁଥିବା ଜାହାଜର କ୍ରିୟୁ ମେମ୍ବରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିବା ସହ ରିପୋର୍ଟ ପାଇଁ ରାଜେନ୍ଦ୍ର ନାରାୟଣ ଅନେକ ସମୟରେ ବିଭିନ୍ନ ସିପିଂ ଏଜେଣ୍ଟଙ୍କ ଠାରୁ ଜୁଲମ କରି ଟଙ୍କା ନେଉଥିବା ଅଭିଯୋଗ ହୋଇ ଆସୁଥିଲା । ସିବିଆଇର ଅଧିକାରୀ ମାନେ ସତର୍କତାର ସହିତ ପଚାଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଟଙ୍କା ସହ ଧରିଥିଲେ I

author

Related Articles

Leave a Reply

Your email address will not be published. Required fields are marked *