ବବିଙ୍କୁ ବୁଡାଇଦେଲେ ପାଣ୍ଡିଆନ..

ହଁ ଦର୍ଶକବନ୍ଧୁ ବୁଡିଗଲା ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ରାଜନୈତିକ ଭବିଷ୍ୟତ । ଯାଜପୁର ମାଟିର ସୁଯୋଗ୍ୟ ସନ୍ତାନ  ତା ସାଙ୍ଗକୁ ଓଡିଶା ରାଜନୀତିର ଗୋଟିଏ ଟାଣୁଆ ନେତା ବବି ହେଲେ ଆଜି ତାଙ୍କର ଯେଉଁଭଳି ଭାବେ ପରାଜୟ ହୋଇଛି ରାଜନୀତିରେ ଏକ ନୂଆ ମୋଡ ଆଣିଛି । ଟିକେଟ ଦିଆଯିବା ପରଠାରୁ ହିଁ ଏଥର ଚଳିତ ନିର୍ବାଚନରେ କଣ ହେବ କଣ ନାଇ ସେ ନେଇ ସସପେନ୍ସ ବଢି ବଢି ଚାଲିଥିଲା । ଆଉ ଚଳିତ ନିର୍ବାଚନରେ କଣ ହେଲା ତାହାର ସ୍ପଷ୍ଟ ଚିତ୍ର ଆଜି ସମସ୍ତଙ୍କ ସାମ୍ନାରେ । ଯାଜପୁରର ପୂର୍ବତନ ବିଧାୟକ ଥିବା ବବି ଦାସଙ୍କୁ ନେଇ ବିଜେଡି କିଛି ମାଷ୍ଟର ପ୍ଲାନ କରିଥିଲା ଯାହା ଫେଲ ମାରିଗଲା । ଯାଜପୁର ଛାଡି ତାଙ୍କୁ ସମ୍ୱଲପୁର ଲୋକସଭା ପଠାଇଦେଲେ । ଅନ୍ୟପଟେ ସମ୍ୱଲପୁରରୁ ଭାରତୀୟ ଜନତା ପାର୍ଟି ଏଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରାଇଥିଲା । ଦୁଇ ନେତାଙ୍କ ମଧ୍ୟରେ ହୋଇଥିଲା କଡା ମୁକାବିଲା । ଜଣେ କେନ୍ଦ୍ରମନ୍ତ୍ରୀ ହୋଇଥିବା ବେଳେ ଆଉ ଜଣେ ସାଙ୍ଗଠନିକ ସଂପାଦକ । ଦୁହଁଙ୍କ ଏହି ମୁକାବିଲାରେ ଶେଷରେ ବବିଙ୍କଠାରୁ ଧର୍ମେନ୍ଦ୍ର ଟପିଲେ ଏବଂ ନୂଆ ଇତିହାସ ରଚିଲେ । ତେବେ ମଝିରେ ଯେଉଁ ଚର୍ଚ୍ଚା ହେଲା କି ବବିଙ୍କୁ ସମ୍ୱଲପୁର ପଟାଇ ବିଜେଡି ତାଙ୍କ ରାଜନୈତିକ ଭିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି । ସେୟା ହିଁ ହୋଇଛି । ଅନ୍ୟପଟେ ତାଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କୁ ମଧ୍ୟ ବିଜୁ ଜନତା ଦଳ କୋରେଇ ବିଧାନସଭା ଆସନରୁ ପ୍ରାର୍ଥୀ କରାଇଥିଲା ଶେଷରେ ସିଏ ମଧ୍ୟ ବିଜେପି ନେତା ଆକାଶ ଦାସ ନାୟକଙ୍କ ଠାରୁ ପରାଜୟ ହେଲେ । ନିଜର ସମସ୍ତ ବଳ ଲଗାଇ ମାଆ ପୁଅ ଜିତିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଭାରତୀୟ ଜନତା ପାର୍ଟି ଆଗରେ ହାର ମାନିଗଲା ବିଜୁ ଜନତା ଦଳ ।  ଉଭୟ ମାଆ ପୁଅଙ୍କ ରାଜନୈତିକ ଭବିଷ୍ୟତକୁ ଅନ୍ଧାର କରିଦେଲେ ଭିକେ ପାଣ୍ଡିଆନ । ତେବେ ଆଗକୁ କଣ ହେବ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ରାଜନୈତିକ ଭବିଷ୍ୟତ ପୁଣି ପାଣ୍ଡିଆନଙ୍କ ସାଥ ଦେବେ ନା କିଛି ନୂଆ ଷଡଯନ୍ତ୍ର କରିବେ ।

author

Related Articles

Leave a Reply

Your email address will not be published. Required fields are marked *