ବବିଙ୍କ ପାଇଁ ବଢୁଛି କି ବିଜେଡିର ଅସନ୍ତୋଷ ?

ବବିଙ୍କ ପାଇଁ ବଢୁଛି କି ବିଜେଡିର ଅସନ୍ତୋଷ ?

ହଁ ଦର୍ଶକବନ୍ଧୁ ଓଡିଶା ରାଜନୀତିରେ ବିଜୁ ଜନତା ଦଳର ଚଳିତ ଥର ଯେଉଁଭଳି ପରାଜୟ ହୋଇଛି ତାହା ଇତିହାସ ସୃଷ୍ଟି କରିଛି । ବିଜେଡି ହାରିବା ପରେ ଘନ ଘନ ବୈଠକ ଡାକି ଦଳର ପରାଜୟର ସମୀକ୍ଷା କରୁଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏବେ ଘାରିଛି ଦଳରେ ସୃଷ୍ଟି ହୋଇଥିବା ଗୋଷ୍ଠୀ କନ୍ଦଳ । ଚଳିତ ସାଧାରଣ ନିର୍ବାଚନରେ ଟିକେଟ କାଟିବା କଥାକୁ ନେଇ ବିଜେଡିରେ ଅସନ୍ତୋଷ ଲାଗି ରହିଥିଲା । ଆଉ ପରାଜୟ ପରେ ଦଳୀୟ ନେତମାନେ ବବି ଓ ପାଣ୍ଡିଆନଙ୍କୁ ନେଇ ଯେଉଁ ବୟାନ ଦେଉଛନ୍ତି ତାହା ଏବେ ବିଜେଡିକୁ ସମସ୍ୟା ଘେରକୁ ଟାଣିନେଇଛି । ବିରୋଧି ଦଳ ଭାବେ ଅବତୀର୍ଣ୍ଣ ହୋଇଥିବା ବିଜେଡି କିପରି ଶାସକ ଦଳକୁ ଘେରିବ ସେ ନେଇ ଚିନ୍ତା କରୁଥିବା ବେଳେ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ନେଇ ବିଜେଡି ନେତାଙ୍କ ମନ୍ତବ୍ୟ ଦଳର ଅଡୁଆକୁ ବଢାଇବାରେ ଲାଗିଛି । ସବୁଆଡେ ଗୋଟିଏ ଚର୍ଚ୍ଚା ବବି ଓ ପାଣ୍ଡିଆନଙ୍କ ପାଇଁ ହାରିଗଲା ବିଜୁ ଜନତା ଦଳ । ନିର୍ବାଚନ ଫଳାଫଳ ବାହାରିବାର ଏକ ମାସ ପରେ ବିତିଗଲାଣି କିନ୍ତୁ ଦଳୀୟ କନ୍ଦଳ କମିବା ବଦଳରେ ବଢି ବଡି ଚାଲିଛି । ନାଁ ନ ନେଇ ସିଧାସଳଖ ବରିଷ୍ଠ ଓ କନିଷ୍ଠ ନେତାମାନେ ଦଳୀୟ ନେତାଙ୍କୁ ଟାର୍ଗେଟ କରୁଛନ୍ତି । କେତେକ ନେତା ବବି ଓ ପାଣ୍ଡିଆନଙ୍କୁ ଦାୟୀ କରୁଥିବା ବେଳେ ବବିଙ୍କ ସପକ୍ଷରେ ମଧ୍ୟ କେତେ ନେତା ବାହାରୁଛନ୍ତି । ପ୍ରଭାତଙ୍କୁ କାଉଣ୍ଟର କରି ବବିଙ୍କ ସପକ୍ଷରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବାହାରିବା ପରେ ବିଜେଡି କଳି କମିବା ବଦଳରେ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ପ୍ରଥମେ ପ୍ରଭାତ କହିଲେ ତାପରେ ସମ୍ୱିତ କହିଲେ । ସମ୍ୱିତଙ୍କ ମୂଷା ଉପାଖ୍ୟାନ ଆଉ ପ୍ରଭାତଙ୍କ ବବିଙ୍କୁ ଦୋଷ । ଏହି ଦୁଇଟି କଥା ଏବେ ରାଜ୍ୟ ରାଜନୀତିରେ ବିଜେଡିକୁ ଅଡୁଆରେ ପକାଇଦେଇଛି । ଚର୍ଚ୍ଚା ବବିଙ୍କ ପାଇଁ ବିଜେଡିକୁ ଏଭଳି ଦଶା ଭୋଗିବାକୁ ପଡୁଛି । ତେବେ ଦେଖିବାକୁ ବାକି ବିଜେଡିରେ ଲାଗି ରହିଥିବା ଏହି କଳିର ଅନ୍ତ କେବେ ଘଟିବ ।

author

Related Articles

Leave a Reply

Your email address will not be published. Required fields are marked *