ବବିଙ୍କ ସତ୍ୟପାଠରେ ତ୍ରୁଟି ଅଭିଯୋଗ

ବବିଙ୍କ ସତ୍ୟପାଠରେ ତ୍ରୁଟି ଅଭିଯୋଗ

ବିଜେଡିର ସାଙ୍ଗଠନିକ ସଂପାଦକ ତଥା ସମ୍ୱଲପୁର ଲୋକସଭା ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ  ଦାସଙ୍କ ନିର୍ବାଚନୀ ସତ୍ୟପାଠରେ ତ୍ରୁଟି ଥିବା ଅଭିଯୋଗ ହୋଇଛି । ପ୍ରାର୍ଥିପତ୍ର ଯାଞ୍ଚ ସମୟରେ ଉପସ୍ଥିତ ଥିବା ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ ଏଭଳି ଅଭିଯୋଗ ଆଣିଛନ୍ତି । ବବି ଦାସ ୩ଟି ଗ୍ରାଉଣ୍ଡରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ରିଟର୍ଣ୍ଣିଂ ଅଫିସରଙ୍କୁ କହିଥିବା କହିଛନ୍ତି ପିତାମ୍ବର । ବବି ଦାସ ୨୦୦୯ ମସିହାରେ ବିଧାନସଭା ନିର୍ବାଚନ ସମୟରେ ଯୁକ୍ତ ଦୁଇ କଳା ପଢିଥିବା ଦର୍ଶାଇଥିବାବେଳେ ଏବେ ଯୁକ୍ତ ଦୁଇ ବିଜ୍ଞାନ ପଢିଥିବା ଦର୍ଶାଇଥିବା ଅଭିଯୋଗ ହୋଇଛି । ସେହିପରି ୨୦୧୯-୨୦ ଆର୍ଥିକ ବର୍ଷରେ ନିଜ ଆୟ ଶୂନ୍ୟ ବୋଲି ଦର୍ଶାଇଥିଲେ ପ୍ରଣବ ଦାସ । ଯାହାକୁ ନେଇ ପିତାମ୍ବର ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ଯେ, କଣ ପ୍ରଣବ ଦାସ ବିଧାୟକ ଭାବେ ଦରମା ଓ ଭତ୍ତା ନେଇ ନାହାଁନ୍ତି କି? ତେବେ ଏ ନେଇ ଆଗକୁ ରାଜନୀତିରେ କେଉଁ ମୋଡ ଆସିବ ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *