24 ବର୍ଷର ସରକାର ଏବେ ବିରୋଧି ଆସନରେ । ହଁ ଦର୍ଶକବନ୍ଧୁ ରାଜ୍ୟରେ ବିଜେଡିକୁ କ୍ଷମତାରୁ ହଟାଇ ଭାରତୀୟ ଜନତା ପାର୍ଟି ସରକାର ଗଢିବା ପରେ ବିଜେଡିରେ ଆରମ୍ଭ ହୋଇଯାଇଥିଲା ଗୋଷ୍ଠୀ କନ୍ଦଳ । ଭିତରେ ଭିତରେ ଦଳର ଅସନ୍ତୁଷ୍ଟ ନେତାମାନେ ନିଜ ସ୍ୱର ଉତ୍ତୋଳନ କରୁଥିଲେ । ବିଜୁ ଜନତା ଦଳ କିଭଳି ଆଗାମୀ 5 ବର୍ଷ ପର୍ଯ୍ୟନ୍ତ ସରକାରଙ୍କୁ ଘେରିବ ସେ ନେଇ ପ୍ଲାନ କରୁଛନ୍ତି । କାହିଁକିନା ନିର୍ବାଚନରେ ସମୟରେ ଯେଉଁ ବରିଷ୍ଠ ନେତାଙ୍କୁ ପଚାରୁନଥିଲା ଦଳ ଏବେ ସେହି ମାନଙ୍କ ସାହାରା ଲୋଡୁଛି । ଦଳର ବରିଷ୍ଠ ନେତୃବୃନ୍ଦ ନବୀନ ନିବାସ ଯାଉଛନ୍ତି ଏବଂ ଘନ ଘନ ବୈଠକ ବସୁଛି । ଏହାରି ଭିତରେ ଦୁଇଟି ନାଁକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ଜଣେ ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ହୋଇଥିବା ବେଳେ ଅନ୍ୟଜଣେ ରାଜନୀତିରୁ ସନ୍ନ୍ୟାସ ନେଇଥିବା ଭିକେ ପାଣ୍ଡିଆନ । ବିଜେଡି ପରାଜୟର ପୋଷ୍ଟପର୍ଟମ ଚାଲୁରହିଥିବା ବେଳେ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦେଖା ମିଳୁ ନଥିଲା ଆଉ ଏବେ ଚର୍ଚ୍ଚା ହେଉଛି ପ୍ରଣବଙ୍କୁ ସାଙ୍ଗଠନିକ ସଂପାଦକ ପଦରୁ ହଟାଇବା ପାଇଁ ଦଳୀୟ ନେତା କୁଆଡେ ମେଳି ବାନ୍ଧିଲେଣି । ଅନ୍ୟପଟେ ଯଦି ପାଣ୍ଡିଆନଙ୍କ କଥା କହିବା ସେ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ ସୁଦ୍ଧା ପ୍ରଚ୍ଛଦ ପଟରେ ରହି ବିଜେଡି କାର୍ଯ୍ୟ ପରିଚାଳନା କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ବବି ଦାସଙ୍କ ଅବସ୍ଥା ଏବେ ଶୋଚନୀୟ କାହିଁକିନା ବିଜେଡିରେ ଆଗକୁ ତାଙ୍କ ଭୂମିକା କଣ ରହିବ ଏବଂ ବିଜେଡି ସୁପ୍ରିମୋ ବବି ଦାସଙ୍କୁ ଦଳର କେଉଁ ଗୁରୁ ଦାୟିତ୍ୱ ଦେବେ ତାହା ଦେଖିବାକୁ ଅପେକ୍ଷା ।
You can share this post!
author