ବବି ଦାସ ଏବଂ ଭିକେ ପାଣ୍ଡିଆନଙ୍କୁ ନେଇ କାହିଁକି ଚୁପ୍ ହୋଇଗଲେ ମୋହନ ସରକାର ?

ବବି ଦାସ ଏବଂ ଭିକେ ପାଣ୍ଡିଆନଙ୍କୁ ନେଇ କାହିଁକି ଚୁପ୍ ହୋଇଗଲେ ମୋହନ ସରକାର ?

ବବି ଦାସ ଏବଂ ଭିକେ ପାଣ୍ଡିଆନଙ୍କୁ ନେଇ କାହିଁକି ଚୁପ୍ ହୋଇଗଲେ ମୋହନ ସରକାର ? ଏମାନଙ୍କ ବିରୁଦ୍ଧରେ କାହିଁକି ଦୃଢ କାର୍ଯ୍ୟାନୁଷ୍ଠାନ ନେଲେନି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଭଳି ପ୍ରଶ୍ନ ଏବେ ବି ସମସ୍ତଙ୍କ ମନରେ ରହିଛି । କାରଣ ସରକାରକୁ ଆସୁ ଆସୁ ବିଜେପି ଟାର୍ଗେଟରେ ରାଜ୍ୟରାଜନୀତିର ତଥା ବିଜେଡିର କର୍ତ୍ତା ଧର୍ତ୍ତା ଥିବା ପାଣ୍ଡିଆନ ଏବଂ ବବି ରହିଥିଲେ । ହାରିବା ପରେ ଖାଲି ଟାର୍ଗେଟ ନୁହେଁ ବବିଙ୍କ ଘର, ବଙ୍ଗଳା ଉପରେ ମଧ୍ୟ ବିଜେପି ନଜର ପକାଇଥିଲା । ଏବଂ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଥିଲା । ବବିଙ୍କ ପାଖରେ କୁଆଡୁ ଏତେ ଟଙ୍କା ଆସିଲା, ବବିଙ୍କ ଘରେ କଣ ରହିଛି , କିଛି ଅନୈତିକ କାରବାର ଚାଲିଛି କି ଇତ୍ୟାଦି ପ୍ରଶ୍ନ ଉଠାଇ ଏହାକୁ ନେଇ ରାଜନୀତିର ମାହୋଲକୁ ଆହୁରି ଉଷ୍ମ କରିଦେଇଥିଲା ବିଜେପି । ତେବେ କେବଳ ବବି ନୁହଁନ୍ତି ପାଣ୍ଡିଆନଙ୍କୁ ମଧ୍ୟ ମୋହନ ସରକାର ଛାଡିନଥିଲେ । ବାରମ୍ବାର ତାଙ୍କ ରାଜନୀତିରୁ ସନ୍ୟାସ ନେବା କଥା ଉଠାଇ ତାଙ୍କୁ ଶେଷରେ ରାଜନୀତିରୁ ବିଦା କରିଦେଲେ । ଏବଂ ତାଙ୍କୁ ମିଳିଥିବା ସରକାରୀ କ୍ୱାର୍ଟରକୁ ମଧ୍ୟ ତାଙ୍କ ଠାରୁ ଛଡାଇନେଲେ । କିନ୍ତୁ ଏବେ ଆଉ ସେ ଦୁଇ ଜଣଙ୍କୁ ନେଇ କିଛି ବି ଆଲୋଚନା ବିଜେପି ଶିବିରରେ ଚାଲୁନିା ଏମାନଙ୍କ ବଦଳରେ ବିଜେଡିର ଅନ୍ୟ ନେତାଙ୍କ ପଛରେ ଲାଗିଛନ୍ତି ବିଜେପି ନେତା । କିନ୍ତୁ ଏଠି ପ୍ରଶ୍ନ ଉଠୁଛି କାହିଁକି । ବିରୋଧୀ ଦଳରେ ଥିବା ବେଳେ ପ୍ରତ୍ୟେକ କଥାରେ ବବି ଏବଂ ପାଣ୍ଡିଆନଙ୍କୁ ବିଜେପି ଦୋଷ ଦେଉଥିଲା । କିନ୍ତୁ ଏବେ ସରକାର ବିଜେପିର ହୋଇଥିବା ବେଳେ ଏମାନଙ୍କୁ ନେଇ ବିଜେପି ପୂରା ଚୁପ୍ ହୋଇଯାଇଛି । ନା ବବିଙ୍କ ବିରୁଧରେ ଆଉ କେହି ବିଜେପି ନେତା ଅଭିଯୋଗ କରୁଛନ୍ତି ନା ପାଣ୍ଡିଆନଙ୍କୁ ନେଇ ଆଉ କିଛି ଆଲୋଚନା ଚାଲିଛି । ଯାହାକୁ ଅନେକ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏବଂ ନବୀନଙ୍କ ପରି ମୋହନ ମଧ୍ୟ ଏମାନଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରୁଛନ୍ତିା ଏବଂ ବିଜେପି –ବିଜେଡି ଭିତରେ ଭାବପିରତୀର ଭାବ ଥିବା ମତପ୍ରକାଶ କରୁଛନ୍ତି । ତେବେ ଦେଖାଯାଉ ଆଗକୁ ଏମାନଙ୍କ ବିରୁଧରେ ମୋହନ ସରକାର କିଛି ଆକ୍ସନ ନେଉଛନ୍ତି ନା ଏମାନଙ୍କ ସହ ହାତ ମିଳାଇଥିବା ଯେଉଁ ଚର୍ଚ୍ଚା ହେଉଛି ତାହା ସତରେ ପରିଣତ ହେଉଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *