ବବି ବନାମ ଆକାଶ ଲଢେଇ !

ବବି ବନାମ ଆକାଶ ଲଢେଇ !

ରୋଚକ ମୋଡରେ ଯାଜପୁର ଜିଲ୍ଲାର କୋରେଇ ନିର୍ବାଚନ ମଣ୍ଡଳୀ । ଏଠାକାର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ବିଜେପି ନେତା ଆକାଶ ଦାସ ନାୟକ ବିଜେଡି ଛାଡିବା ପରେ ଏହି ଆସନକୁ ନେଇ ଅଙ୍କ କଶୁଥିଲା ବିଜୁ ଜନତା ଦଳ । ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡି ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କୁ ପ୍ରାର୍ଥୀ କରାଇଛି । ଯାହାକୁ ନେଇ ବିରୋଧି କହୁଛନ୍ତି ଯେ ବିଜେଡି ବବିଙ୍କ ପାଇଁ ବ୍ୟାକଅପ ପ୍ଲାନ କରିଛି ।

ସମ୍ୱଲପୁର ସଂସଦୀୟ କ୍ଷେତ୍ରରୁ ପ୍ରଣବ ହାରିଗଲେ ମାଆଙ୍କ ଆସନରେ ବବି ରାଜ କରିବେ ବୋଲି ବିଜୁ ଜନତା ଦଳ ଏଭଳି ଚକ୍ରାନ୍ତ କରିଛି । ଅନ୍ୟପଟେ ବିଜେଡିରୁ କୋଣଠେସା ହୋଇ ବିଜେପି ଟିକେଟରେ ମଇଦାନକୁ ଓହ୍ଲାଇଥିବା ଆକାଶ ଦାସ ନାୟକ କୋରେଇରେ ବିଜୟର ବାନା ଉଡାଇବା ପାଇଁ ନିଜର ପ୍ରଚାର ପ୍ରସାରକୁ ଜୋର କରିଛନ୍ତି । 2014ରେ ସେ କୋରେଇରୁ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ କିନ୍ତୁ 19 ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ଦେଇନଥିଲା । ସେହିପରି 24ରେ ମଧ୍ୟ ଟିକେଟ ନ ମିଳିବାରୁ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଆଉ ଏବେ ସେ ବିଜେପି ଟିକେଟରେ କୋରେଇରୁ ବିଧାନସଭା ପ୍ରାର୍ଥୀ ହୋଇଛନ୍ତି । ତେବେ ଚର୍ଚ୍ଚା ହେଉଛି ଚଳିତ ନିର୍ବାଚନରେ କୋରେଇରେ ହେବ ବବି ବନାମ ଆକାସ ଲଢେଇ । ବବିଙ୍କ ମାଆଙ୍କୁ ତ ନାମକୁ ମାତ୍ର ଟିକେଟ ଦିଆଯାଇଛି ତାଙ୍କ ବଦଳରେ ବବି ହିଁ ଶାସନ ଗାଦିରେ ବସିବେ । ଅନ୍ୟପଟେ ବିଜେପି ନେତା ଆକାଶ କୋରେଇ ନିର୍ବାଚନ ମଣ୍ଡଳୀରେ ଜୋର ଟୁ ଡୋର ପହଞ୍ଚି ଲୋକମାନଙ୍କ ଦୁଃଖ ସୁଖ ବୁଝୁଛନ୍ତି ଏବଂ ବିଭିନ୍ନ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି । ହେଲେ ଆଗାମୀ ସାଧାରଣ ନିର୍ବାଚନରେ କଣ ହେବ କୋରେଇର ରାଜନୈତିକ ଅଙ୍କ ତାହା ତ କହି ହେଉ ନାହିଁ । କୋରେଇ ବାସୀଙ୍କ ସେବା ମନୋଭାବ ନେଇ ମଇଦାନକୁ ଓହ୍ଲାଇଥିବା ଆକାଶ ଦାସଙ୍କର ବିଜୟ ହେବ ନା ବିଜେଡି ଚକ୍ରାନ୍ତରେ ଫସି ଯିବେ ଆକାଶ ତାହା ଉପରେ ସମସ୍ତଙ୍କ ନଜର ।

author

Related Articles

Leave a Reply

Your email address will not be published. Required fields are marked *