ବର୍ଷସାରା ରାସ୍ତା ଉପରେ ଜମୁଛି ପଚା ପାଣି

ବର୍ଷସାରା ରାସ୍ତା ଉପରେ ଜମୁଛି ପଚା ପାଣି

ଭୁବନେଶ୍ୱର:

ଏକ ପକ୍ଷରୁ ଡେଙ୍ଗୁ ଆତଙ୍କରେ ଆତଙ୍କିତ ରାଜଧାନୀବାସୀ | ଅପରପକ୍ଷେ ରାସ୍ତା ଉପରେ ବର୍ଷସାରା ଜମିରହୁଛି ଡ୍ରେନ ଆଣି | ଏଭଳି ସ୍ତିତି ଦେଖିବାକୁ ମିଳିଛି ୱାର୍ଡ଼ ନଂ-୪୦ ଅଧୀନ ୟୁନିଟ-୨ ମାର୍କେଟ ବିଲ୍ୱଲଡିଂସ୍ଥିତ ପଟେଲ ବସ୍ତିରେ | ସହର ଭିତରେ ରହିଥିଲେ ବସ୍ତିବାସୀନ୍ଦାଙ୍କ ମଧ୍ୟରେ ଦେଖାଦେଇଛି ଡେଙ୍ଗୁରା କୋକୁଆଭୟ | ସହର କ୍ରମବର୍ଦ୍ଧିଷ୍ଣୁ ଇଲାକାରେ ପରିଗଣିତ ଏହି ଅଞ୍ଚଳର ଚିତ୍ର ଦେଖିଲେ ସ୍ୱଚ୍ଛତାର ବାସ୍ତବତା ବାରିହୋଇପଡୁଛି | ରାସ୍ତା ଉପରେ ଜମି ରହିଛି ଅଳିଆ ପାଣି | ବସ୍ତିବାସିନ୍ଦା ଯେଉଁଠି ଶୌଚ, ଗାଧେଇବା କାମ କରୁଛନ୍ତି, ସେହିଠାରେ ହିଁ ବସ୍ତିବାସୀନ୍ଦାଙ୍କ ପିଇବା ପାଣିର ବ୍ୟବସ୍ତା | ଅଳିଆ ପାଣି ନିଷ୍କାସନର କୌଣସି ବ୍ୟବସ୍ତା ନ ଥିବାରୁ ଏଭଳି ଅବସ୍ଥା ଦେଖିବାକୁ ମିଳିଛି | ସମ୍ପୂର୍ଣ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଜୀବନ ବିତାଉଛନ୍ତି ଅଞ୍ଚଳବାସୀ |

ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ, ଏହି ରାସ୍ତାରେ ଜମିଥିବା ପାଣିରେ ଚଳପ୍ରଚଳ ହେଉଛନ୍ତି | କେବଳ ସେତିକି ନୁହେଁ ମାର୍କେଟ ବିଲ୍ୱଲଡିଂ ପଛପାଖ ହୋଇଥିବାରୁ ପ୍ରତ୍ୟକଦିନ ଏଠାରେ ବିକ୍ରିବଟା ପାଇଁ ଆସୁଥିବା ଦୋକାନୀ ଓ ଗ୍ରାହକ ଡେଙ୍ଗୁ ଭୟରେ ରହିଛନ୍ତି | ପ୍ରଚଣ୍ଡ ଖରାରେ ବି ରାସ୍ତାରେ ଅବସ୍ଥା ଶୋଚନୀୟ | ବସ୍ତିରେ ପାଖାପାଖି ୧୫୦ଘର ଥିବାବେଳେ ୫୦ରୁ ଉର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି | ଦୀର୍ଘଦିନ ଧରି ଏହି ବସ୍ତିଟି ଥିବାବେଳେ ଏହି ବସ୍ତି ନିକଟରେ ପାଣି ଓ ଅଳିଆ ଗଦା ହୋଇରହିଛି | ଫଳରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି | ଖରାଦିନରେ ଯଦି ଅବସ୍ଥା ଏଭଳି, ତେବେ ବର୍ଷା ଦିନରେ ଅବସ୍ଥା ଅନୁମେୟି ହେଲେ ଏଥିପ୍ରତି ନା ସ୍ଥାନୀୟ ପ୍ରତିନିଧିଙ୍କର ନା ବିଏମସିର କୌଣସି ସଚେତନତା ରହିଛି | ପରିମଳ ପରି ସର୍ବନିମ୍ନ ଦାୟିତ୍ୱକୁ ଭୁଲିଯାଇଛି ବିଏମସି | ସେହି ପରିବେଶରେ ବସ୍ତିବାସିନ୍ଦା ଜୀବନଯାପନ କରୁଥିବାରୁ କିଛି ଦିନ ଭିତରେ ୫ରୁ ଉର୍ଦ୍ଧ୍ୱ ଜ୍ଵର ହେଉଥିବା ଅଭିଯୋଗ ହୋଇଛି | ବାରମ୍ବାର ଅଭିଯୋଗ କରାଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ |

author

Related Articles

Leave a Reply

Your email address will not be published. Required fields are marked *