ବର୍ଷାରେ ଉବୁଟୁବୁ ତାମିଲନାଡ଼ୁ, ୪ ଜିଲ୍ଲାରେ ବନ୍ୟା ସ୍ଥିତି

ପ୍ରବଳ ବର୍ଷାରେ ବେହାଲ ତାମିଲନାଡୁ । ଦକ୍ଷିଣ ତାମିଲନାଡୁର ୪ ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସବୁଠୁ ବେଶୀ ପ୍ରଭାବିତ ହୋଇଛି କନ୍ୟାକୁମାରୀ ଜିଲ୍ଲା । ପ୍ରଭାବିତ ୪ ଜିଲ୍ଲାରେ NDRF ମୁତୟନ କରାଯାଇଛି । ଏହାସହ ଉଦ୍ଧାର କାର୍ଯ୍ୟ ପାଇଁ ୪ ହଜାର ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ପ୍ରବଳ ବର୍ଷା ଯୋଗୁ ବିମାନ ଓ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । ପ୍ରଭାବିତ ୪ ଜିଲ୍ଲାରେ ସ୍କୁଲ, କଲେଜ ଓ ଅନ୍ୟ ଅନୁଷ୍ଠାନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରଭାବିତ ଅଞ୍ଚଳରେ ରିଲିଫ କାର୍ଯ୍ୟ ଚାଲିଛି । ସାକ୍ଲୋନିକ ସାର୍କୁଲେସନ ପ୍ରଭାବରେ ଏହି ବର୍ଷା ହେଉଛି । ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଥିବାରୁ ଜୀବନଯାତ୍ରା ପ୍ରଭାବିତ ହୋଇଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ।

author

Related Articles

Leave a Reply

Your email address will not be published. Required fields are marked *