ବଡ ବଡିଆଙ୍କ ପାଇଁ ସାଧାରଣ ଲୋକଙ୍କ ଘର ଭାଙ୍ଗିଦେଲେ ମୋହନ ସରକାର । ୫୦୦୦ ଦେଇ ମହିଳାଙ୍କୁ ରାସ୍ତାରେ ବସାଇଦେଲେ ମୋହନ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଶହ ଶହ ମହିଳା । ବର୍ଷ ବର୍ଷ ଧରି ରାଜାଧାନୀରେ ଘର କରି ଏମାନେ ବସବାସ କରୁଥିବା ବେଳେ ମୋହନ ସରକାର ଏବେ ସେମାନଙ୍କୁ ଘରୁ ବେଘର କରୁଛନ୍ତି । ଅଚାନକ ଆସି ଘର ଖାଲି କରିବାକୁ କହିବା ସହ ଘର ପାଇଁ ମୋଟା ଅଙ୍କର ଟଙ୍କା ଦାବି କରୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରୁଛନ୍ତି । ଏହା ସହ ୫୦୦୦ ଦେଇ ମୋହନ ଆମକୁ ରାସ୍ତାରେ ବସେଇଥିବା ଅଭିଯୋଗ ଆଣିଛନ୍ତି । ପୂର୍ବ ସରକାରରେ ସେମାନଙ୍କୁ ସରକାରୀ ଘର ମିଳିବା ସହ ବିଏମସି ପକ୍ଷରୁ ପଟ୍ଟା ମିଳିଥିବା ବେଳେ ଏବେ ମୋହନ ସରକାର ସେମାନଙ୍କୁ ଘରୁ ବେଘର କରିବା ସହିତ , ଘର ପାଇଁ ଦେଢଲକ୍ଷ ଟଙ୍କା ମାଗୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ତେବେ ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ କ୍ୱାର୍ଟର ପଛ ପଟେ ଥିବା ସରକାରୀ ଘର ଗୁଡିକୁ ଭାଙ୍ଗି ଦିଆଯାଇଛି । ଦୀର୍ଘ ୪୦ ବର୍ଷ ହେବ ଏହି ଜାଗାରେ ଶହ ଶହ ଲୋକ ବସବାସ କରିଆସୁଛନ୍ତି । ଛୋଟ ମୋଟ କାମ କରି ଦୋକାନ ଚଳାଇ ନିଜ ପରିବାର ପୋଷୁଛନ୍ତି । କିନତ୍ୁ ଏବେ ମୋହନ ସରକାର ଏମାନଙ୍କ ଉପରେ ଦାଉ ସାଧୁଛନ୍ତି । ବଡ ବଡିଆଙ୍କ ପାଇଁ ଏମାନଙ୍କୁ ଘରୁ ବେଘର କରିଦେଇଛନ୍ତି । ଏହା ସହ ଏହି ଘର ଚାହୁଁଥିଲେ ଦେଢ ଲକ୍ଷ ଟଙ୍କା ଦାବି କରିଥିବା ଖବର ମିଳିଛି । ତେବେ ହଠାତ୍ ଆସି ଘର ଭାଙ୍ଗିଦେବା କାରଣରୁ ଏପରି ପରିସ୍ଥିତିରେ ସେମାନେ କୁଆଡେ ଯିବେ, ପିଲମାନଙ୍କ ପରୀକ୍ଷା ଚାଲିଥିବା ବେଳେ ସେମାନେ କଣ କରିବେ ତାହା ବୁଝିନପାରି ଶେଷରେ ରାସ୍ତାରେ ବସି ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି ।
ତେବେ ଗୋଟିଏ ପଟେ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାହା ପୂରଣ କରିଦେଖେଇଛୁ ବୋଲି ମୋହନ ସରକାର ଡିଣ୍ଡିମ ପିଟିଚାଲିଛନ୍ତି । ଏପରିକି ସରକାରକୁ ଆସିବାର ଏକ ବର୍ଷ ପୂର୍ତି ପାଳନ ପାଇଁ ପ୍ରସ୍ତୁତି ଚଳାଇଛନ୍ତିା କିନ୍ତୁ ଏପଟେ ବର୍ଷ ପୂର୍ତିରେ ସାଧାରଣ ଲୋକଙ୍କୁ ବର୍ଷା ଦିନରେ ଘରୁ ବେଘର କରିଛନ୍ତି । ତେବେ ଦେଖାଯାଉ ଏସବୁର ମୂଲ୍ୟ ମୋହନ ସରକାରଙ୍କୁ କିପରି ଦେବାକୁ ପଡୁଛି ଏବଂ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ବିଜେପିକୁ ଆଗାମୀ ଦିନରେ କେତେ ଭାରୀ ପଡୁଛି ତାହା ଦେଖିବାକୁ ଅପେକ୍ଷା ।