ଦିନିକିଆ ବଲାଙ୍ଗୀର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେପି ସରକାରକୁ ଆଣିବାରେ ଏକ ମୁଖ୍ୟ ଅସ୍ତ୍ର ସାଜିଥିଲା ସୁଭଦ୍ରା ଯୋଜନା । ପ୍ରତ୍ୟୋକ ମହିଳାଙ୍କୁ 50 ହଜାର ଟଙ୍କା ଦେବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ବିଜେପି ସେହି ପ୍ରତିଶ୍ରୁତି ପୂରଣ କରୁଛି ଶାସକ ଦଳ । ସୁଭଦ୍ରା ଯୋଜନାରରେ ପ୍ରଥମ କିସ୍ତିର ଟଙ୍କା ପ୍ରାୟ 60 ଲକ୍ଷ ମହିଳାଙ୍କୁ ଦୁଇଟି କିସ୍ତିରେ ମିଳିସାରିଛି ଏବଂ ବାକିଥିବା ମହିଳାମାନଙ୍କୁ ତୃତୀୟ ପର୍ଯ୍ୟାୟରେ ଅର୍ଥାତ ଆଗାମୀ 15 ଦିନ ଭିତରେ ଟଙ୍କା ମିଳିବା ନେଇ ବଲାଙ୍ଗୀରର ଏକ ସଭାମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ତୃତୀୟ ପର୍ଯ୍ୟାୟରେ ପ୍ରାୟ 20 ଲକ୍ଷ ମହିଳାଙ୍କୁ ଟଙ୍କା ପ୍ରଦାନ କରାଯିବ । ଏବଂ ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ ମହିଳାଙ୍କୁ ଟଙ୍କା ମିଳିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।
You can share this post!
author