ବଲିଉଡରେ କାମ ନ ମିଳିବାର କାରଣ କହିଲେ ଅଧ୍ୟୟନ

ବଲିଉଡରେ କାମ ନ ମିଳିବାର କାରଣ କହିଲେ ଅଧ୍ୟୟନ

ଭୁବନେଶ୍ୱର:

ଟେଲିଭିଜନ ଜଗତରେ ଜଣା ଶୁଣା ଅଭିନେତା ଶେଖର ସୁମନଙ୍କ ପୁଅ ଅଧ୍ୟୟନ ସୁମନ ନିକଟରେ ବଲିଉଡର ଅନେକ କଳା ଦିଗ ଉପରେ ଆଲୋଚନା କରିଛନ୍ତି | ଅଧ୍ୟୟନ ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ, ‘ମୋ’ ବାପାଙ୍କ ଶୋ’ ମୁଭର୍ସ ଆଣ୍ଡ ଶେଖର୍ସ’ ପାଇଁ ମୋତେ ୧୪ଟି ଫିଲ୍ମରୁ ବାଦ ଦିଆଯାଇଥିଲା | ଏହି ଶୋ’ର ପ୍ରତ୍ୟକ ଏପିସୋଡ଼ ପାଇଁ ମୋ ବାପାଙ୍କୁ ସ୍କ୍ରିପ୍ଟ ଦିଆଯାଉଥିଲା | କିନ୍ତୁ ଏମିତି କିଛି ଲୋକ ଥିଲେ, ଯେଉଁମାନେ ଶୋ’କୁ ନେଇ ବାପାଙ୍କ ଉପରେ ଖପ୍ପା ଥିଲେ | ମୋ ବାପା କାହାରିକୁ ବ୍ୟକ୍ତିଗତ ସ୍ତରରେ କିଛି କହିନାହାନ୍ତି | ସେ କେବଳ ଶୋ’ରେ ଦିଆଯାଇଥିବା କାର୍ଯ୍ୟକୁ ତୁଲାଇ ଥିଲେ | କିନ୍ତୁ କିଛି ଲୋକ ଏହାକୁ ବ୍ୟକ୍ତିଗତ ଭାବେ ନେଇଥିଲେ | ସେମାନେ ବାପାର ପ୍ରତିଶୋଧ ପୁଅଠୁ ନେବା ପାଇଁ ସ୍ଥିର କରିଥିଲେ | ଅନେକ ବଡ ପ୍ରୋଜେକ୍ଟରେ ମୋତେ କାମ କରିବାକୁ ସୁଯୋଗ ମିଳୁଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ପ୍ରଯୋଜକମାନେ ମୋତେ ବାଦ ଦେଇ ଦେଉଥିଲେ’ ଏଯାବତ ତାଙ୍କ ବାପାଙ୍କ ପାଇଁ ତାଙ୍କୁ ଫିଲ୍ମି ମିଳୁ ନ ଥିବା କଥା ସେ କହିଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *