ବଳ ଗୋଟାଉଛନ୍ତି କାଳୁ ଖଣ୍ଡାୟତରାୟ

ବଳ ଗୋଟାଉଛନ୍ତି କାଳୁ ଖଣ୍ଡାୟତରାୟ

ନିର୍ବାଚନ ପାଇଁ ରାଜ୍ୟରେ ଜମୁଛି ପ୍ରଚାର । ନିଜ ନିଜ ନିର୍ବାଚନୀ ଚିହ୍ନକୁ ନେଇ ନିର୍ବାଚନୀ ରଣକ୍ଷେତ୍ରକୁ ହୁଲସ୍ତୁଲ କରୁଛନ୍ତି ପ୍ରାର୍ଥୀ । ଆଉ ଏହାରି ମଧ୍ୟରେ ଭୁବନେଶ୍ୱର ସଂସଦୟ କ୍ଷେତ୍ରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ ଖୋର୍ଦ୍ଧାରେ ରାଜନୈତିକ ପାଣିପାଗ ଆହୁରି ଉଷ୍ମ ହୋଇଛି । କାରଣ ରାଜ୍ୟର ଅନେକ ଆସନ ପରି ଖୋର୍ଦ୍ଧାରେ ମଧ୍ୟ ଚଳିତ ଥର ଚତୁର୍ମୁଖୀ ଲଢେଇ ହେବାକୁ ଯାଉଛି । ଆଉ ଏଥିପାଇଁ ୪ ଜଣ ପ୍ରାର୍ଥୀ ନିଜ ପ୍ରଚାରକୁ ଜୋରଦାର ରଖିଛନ୍ତି । କିଏ ବାଇକ ରାଲି କରି ଲୋକଙ୍କୁ ଭୋଟ ଭିକ୍ଷା କରୁଛି ତ ଆଉ କିଏ ନିଜ ସମର୍ଥକଙ୍କୁ ନେଇ ଶୋଭାଯାତ୍ରା କରୁଛି । ଆଉ ଏଥର ଏହି ଆସନରେ ନିଜ ନାଁ ଲେଖିବା ପାଇଁ ବଳ ଗୋଟାଉଛନ୍ତି ସ୍ୱାଧୀନ ପ୍ରାର୍ଥୀ କାଳୁ ଚରଣ ଖଣ୍ଡାୟତରାୟ । ଖୋର୍ଦ୍ଧାରେ ଦିନକୁ ଦିନ ତାଙ୍କ ଜନସମର୍ଥନ ବଢୁଥିବା ବେଳେ କାଳୁ ନିଜ ନିର୍ବାଚନୀ ଚିହ୍ନ ବାଲଟୀ ଚିହ୍ନରେ ଭୋଟରଙ୍କୁ ଭୋଟ ଦେବାକୁ ନିବେଦନ କରିବା ସହ ଡୋର ଟୁ ଡୋର କ୍ୟାମ୍ପେନ କରୁଛନ୍ତି । ଯାହାକୁ ଆକଳନ କଲେ ଜଣାପଡୁଛି ଯେ, ଏଥର ଖୋର୍ଦ୍ଧାରେ ସମୀକରଣ ବିଗାଡିପାରନ୍ତି କାଳୁ ଖଣ୍ଡାୟତରାୟ । ବିଜେପିରୁ ଟିକେଟ କଟିବାର ପ୍ରତିଶୋଧ ନେବା ସହ ଏଥର ଖୋଦ୍ଧା ଗଡରେ କିପରି ନିଜର ଆଧିପତ୍ୟ ବିସ୍ତାର କରିବେ ସେନେଇ ବ୍ଲୁ ପ୍ରିଣ୍ଟ ରେଡୀ କରୁଛନ୍ତି । ଏପରିକି ନିଜ ସଙ୍ଗଠନକୁ ଆହୁରି ମଜବୁତ କରିବା ପାଇଁ ସେ ମିଶ୍ରଣ ପବରେ ଲୋକଙ୍କୁ ନିଜ ସହ ଯୋଡି ରଖୁଛନ୍ତି । ତେବେ ଦେଖାଯାଉ ଏଥର ଦଳୀୟ ପ୍ରାର୍ଥୀଙ୍କ ଉପରେ କେତେ ଭାରୀ ପଡୁଛନ୍ତି ସ୍ୱାଧୀନ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟ ଏବଂ କିଏ ଏ ପାଇକ ଗଡ ଖୋର୍ଦ୍ଧାର ଶାସନ ଗାଦିରେ ବସୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *