ବସଙ୍କ ଅଜବ ନିର୍ଦ୍ଦେଶ

ବସଙ୍କ ଅଜବ ନିର୍ଦ୍ଦେଶ

ଭୁବନେଶ୍ୱର:

ଅଫିସରେ ଲୋକେ କାମ କରିବା ସହିତ ସହକର୍ମୀଙ୍କ ସହିତ ସୁଖଦୁଃଖ ବାଣ୍ଟିଥାନ୍ତି | କିଛି କମ୍ପାନୀ କର୍ମଚାରୀଙ୍କୁ କର୍ମଚାପରୁ ହାଲୁକା କରିବା ପାଇଁ ବିଭିନ୍ନ ପ୍ରକାର ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି | ଏହାଦ୍ୱାରା କର୍ମଚାରୀଙ୍କ ମଧ୍ୟରେ ସକାରାତ୍ମକତା ମନୋଭାବ ବଢିବା ସହ ଉତ୍ତମ ପ୍ରଦର୍ଶନ ପାଇଁ ଉତ୍ସାହିତ ହୋଇଥାନ୍ତି | ଏମିତି କିଛି କମ୍ପାନୀ ଅଛି ଯେଉଁମାନେ କେବଳ କର୍ମଚାରୀଙ୍କଠାରୁ କାମ ଆଦାୟ କରିବା ଜାଣନ୍ତି, ଅନ୍ୟ କିଛି ଦିଗ ପ୍ରତି ସେମାନେ ନଜର ଦିଅନ୍ତି ନାହିଁ | ସେହିଭଳି କିଛି କମ୍ପାନୀର କର୍ମଚାରୀଙ୍କ ପାଇଁ ଏପରି କଠୋର ନିୟମ ସବୁ ଆଣିଥାନ୍ତି | ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ ସମୟରେ ଚର୍ଚ୍ଚା ହୁଏ | ସୋସିଆଲ ମିଡିଆରେ ଏବେ ଏଭଳି ଏକ ପୋଷ୍ଟ ଭାଇରାଲ ହେବାର ଲାଗିଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି |

ଭାଇରାଲ ହୋଇଥିବା ପୋଷ୍ଟରେ କମ୍ପାନୀର ବାସ କର୍ମଚାରୀମାନଙ୍କୁ ଅଫିସ କାର୍ଯ୍ୟ ସମୟରେ କେବଳ କାମ କରିବା ପାଇଁ କହିଛନ୍ତି | ଏହି ସମୟରେ ସେ ସହକର୍ମୀମାନଙ୍କ ପରସ୍ପର ମଧ୍ୟରେ କଥାବାର୍ତ୍ତା ଓ ବନ୍ଧୁତା ନ କରିବା ପାଇଁ କହିଛନ୍ତି | ଯଦି ସହକର୍ମୀମାନେ ପରସ୍ପର ସହିତ କଥା ହେଉଛନ୍ତି, ତେବେ କେବଳ କାମ ବିଷୟରେ ଆଲୋଚନା କରନ୍ତୁ ବୋଲି କହିଛନ୍ତି | କର୍ମଚାରୀମାନେ ପରସ୍ପର ସହ କଥା ହେବା ଏବଂ ନମ୍ବର ଅଦଳବଦଳ ଦ୍ୱାରା ଏହା କାର୍ଯ୍ୟ ଉପରେ ପ୍ରଭାବ ପକାଏ ବୋଲି ବସ ଜଣକ ମତ ଦେଇଛନ୍ତି | ଭାଇରାଲ ହୋଇଥିବା ଏହି ପୋଷ୍ଟଟି କିଛି ଏହିପରି- ‘ଅଫିସର କର୍ମଚାରୀମାନେ ଧ୍ୟାନ ଦିଅନ୍ତୁ, କାମର ଅର୍ଥ ନୁହେଁ ମନୋରଞ୍ଜନ | ଏହି ଚାକିରୀ ଆପଣଙ୍କର | କାମ ବ୍ୟତୀତ ଅନ୍ୟ କୌଣସି ବିଷୟରେ ଆଲୋଚନା କରି ସମୟ ନଷ୍ଟ କରନ୍ତୁ ନାହିଁ | କାମ ସମୟରେ ବନ୍ଧୁତା ବଢ଼ାନ୍ତୁ ନାହିଁ କି, ଫୋନ ନମ୍ବର ଅଦଳବଦଳ କରନ୍ତୁ ନାହିଁ | ଯଦି କୌଣସି କର୍ମଚାରୀ ଏପରି କରୁଛନ୍ତି, ମୋ ନମ୍ବରରେ କାଳ କରନ୍ତୁ’ | ଏଭଳି ଏକ ପୋଷ୍ଟ ପଢି ଲୋକେ ବେଶ ମଜାଦାର ପ୍ରତିକ୍ରିୟା ଦେଉଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *