ବସ ବୋଲେରୋ ଧକ୍କା ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବସ ବୋଲେରୋ ଧକ୍କା ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ମୋହନା:ଗଜପତି

ଗଜପତି ଜ଼ିଲ୍ଲା ମୋହନା ନିକଟସ୍ଥ ରାଇସିଂ ଘାଟିରେ ବସ୍ ବୋଲେରୋ ଧକ୍କା ହେବା ଫଳରେ ଭୟଙ୍କର ଦୁର୍ଘଟଣା ଘଟିଛି l ଦୁର୍ଘଟଣା ଏତେ ଜୋରଦାର ହୋଇଛି ଯେ ଉଭୟ ଗାଡିର ଚକା ଫାଟିଯାଇଛି l ତେଵେ ଏହି ଦୁର୍ଘଟଣା ରେ କେହି ଆହତ ହୋଇନଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀମାନେ l ବିକ୍ରାନ୍ତ ନାମକ ଏକ ଘରୋଇ ବସ୍ ଦାରିଙ୍ଗବାଡିରୁ ବ୍ରହ୍ମପୁର ଯାଉଥିବା ବେଳେ ମୋହନାରୁ ବିରିକୋଟ ଅଭିମୁଖେ ଯାଉଥିବା ଏକ ବୋଲେରୋ ସହ ରାଇସିଂ ଘାଟି ବୁଲାଣିରେ ମୁହାଁମୁହିଁ ଧକ୍କା ହୋଇଥିଲା l ଦୁର୍ଘଟଣାରେ ବସ୍ର ପଛ ଚକ ଏବଂ ବୋଲେରୋର ସମ୍ମୁଖଭାଗ ପଟ ଚକ ଫାଟିଯାଇଛି l ତେଵେ ବୋଲେରୋରେ ୪ଜଣ ଯାତ୍ରା କରୁଥିବା ବେଳେ କୌଣସି ଯାତ୍ରୀ ଙ୍କୁ ଆଘାତ ଲାଗିନି। ସମସ୍ତେ ସୁରକ୍ଷିତ ଅଛନ୍ତି l ମୋହନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l

author

Related Articles

Leave a Reply

Your email address will not be published. Required fields are marked *