ବାଂଲାଦେଶ ବିପକ୍ଷରେ ଭାରତର ବଡ ବିଜୟ

ବାଂଲାଦେଶ ବିପକ୍ଷରେ ଭାରତର ବଡ ବିଜୟ

ଆସନ୍ତାକାଲି ବାଂଲାଦେଶ ବିପକ୍ଷରେ ଭାରତର ବଡ ବିଜୟ ହୋଇଛି । ଭାରତ ଲଗାତାର ୪ଟି ମ୍ୟାଚ ଜିତିଛି । ବିଶେଷକରି ବିରାଟ କୋହଲିଙ୍କ ଧୁଆଁଧାର ବ୍ୟାଟିଂ ଓ ରୋମାଂଚକର ଶତକ ଦର୍ଶକଙ୍କ ମନ ମୋହି ନେଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା ବାଂଲାଦେଶ । ଦୁଇ ଓପନର ମଧ୍ୟ ଭଲ ଆରମ୍ଭ କରିଥିଲେ । ତାନ୍ଜିଦ୍ ହାସନ୍ ଓ ଲିଟନ୍ ଦାସ ଅର୍ଦ୍ଧଶତକ ହାସଲ କରି ଆଉଟ୍ ହେବା ପରେ ବାଂଲାଦେଶର ବ୍ୟାଟିଂ ଲାଇନ୍ ଅଡୁଆରେ ପଡିଥିଲା । ମଧ୍ୟକ୍ରମରେ ମୁସ୍ଫିକର୍ ରହିମ୍ ଓ ମହମ୍ଦୁଲ୍ଲା ଲଢୁଆ ବ୍ୟାଟିଂ କରି ଦଳର ସ୍କୋରକୁ ସମ୍ମାନଜନକ ସ୍ଥିତିକୁ ଆଣିଥିଲେ । ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୨୫୬ ରନ୍ କରିବାକୁ ସମର୍ଥ ହୋଇଥିଲା ବାଂଲାଦେଶ । ଭାରତ ପକ୍ଷରୁ ବୁମରା, ସିରାଜ୍ ଓ ରବୀନ୍ଦ୍ର ଜାଡେଜା ୨ ଟି ଲେଖାଁଏ ୱିକେଟ୍ ନେଇଥିବା ବେଳେ କୁଳଦୀପ ଯାଦବ ଓ ସାର୍ଦୁଲ ଠାକୁରଙ୍କୁ ଗୋଟିଏ ଲେଖାଁଏ ୱିକେଟ୍ ମିଳିଥିଲା ।


୨୫୭ ରନର ଟାର୍ଗେଟକୁ ପିଛା କରିଥିଲା ଟିମ୍ ଇଣ୍ଡିଆ । ଦୁଇ ଓପନର୍ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଆକ୍ରାମକ ବ୍ୟାଟିଂ କରିଥିଲେ । ତେବେ ବଡ଼ ସଟ୍ ଖେଳବାକୁ ଯାଇ ୪୮ ରନ୍ କରି ପ୍ୟାଭିଲିୟନକୁ ଫେରିଥିଲେ ଅଧିନାୟକ ରୋହିତ ଶର୍ମା । ଓପନିଂ ପାର୍ଟନରସିପରେ ଯୋଡିଥିଲେ ୮୮ ରନ୍ । ରୋହିତଙ୍କ ପରେ ବିରାଟ କୋହଲୀ ବ୍ୟାଟିଂ କରିବାକୁ ଆସିଥିଲେ । ଶୁଭମନ ଗିଲ୍ ଓ ବିରାଟ କୋହଲୀ, ବଡ଼ ପାର୍ଟନରସିପ୍ ଆଡକୁ ଆଗଉ ଥିବା ବେଳେ ଛକା ମାରିବାକୁ ଯାଇ ୫୩ ରନ୍ କରି ୱିକେଟ୍ ହରାଇଥିଲେ ଶୁଭମନ୍ । ଶ୍ରେୟସ ଆୟାର ୧୯ ରନ୍ କରି ଆଉଟ୍ ହୋଇଥିବା ବେଳେ ବିରାଟ କୋହଲି ୧୦୩ ରନ୍ ଓ କେଏଲ ରାହୁଲ ୩୪ ରନ୍ କରି ଅପରାଜିତ ରହିଥିଲେ ।


ସବୁଠୁ ଚର୍ଚ୍ଚା ସାଉଣ୍ଟିଥିଲା ବିରାଟଙ୍କ ଶତକ । ଅତି ରୋମାଞ୍ଚକର ଢଙ୍ଗେରେ ବିରାଟ ଶତକ ହାସଲ କରିଥିଲେ । ଛକାମାରି ଶତକ ହାସଲ କରିବା ସହ ଭାରତକୁ ବିଜୟ ଦେଇଥିଲେ କୋହଲି । ଏହି ଶତକ ସହ ଦିନିକିଆ କ୍ରିକେଟରେ କୋହଲିଙ୍କ ଶତକ ସଂଖ୍ୟା ୪୮ରେ ପହଞ୍ଚିଛି । ସଚିନ ତେନ୍ଦୁଲକରଙ୍କ ଠାରୁ ସେ ମାତ୍ର ଗୋଟିଏ ସେଂଚୁରୀ ପଛରେ ରହିଛନ୍ତି । ତେନ୍ଦୁଲକର ଦିନିକିଆ କ୍ରିକେଟରେ ସର୍ବାଧିକ ୪୯ଟି ଶତକ କରିଛନ୍ତି । ବିରାଟ କୋହଲିଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ ଘୋଷଣା କରାଯାଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *