ବାଇକ୍ ଦୁର୍ଘଟଣା ରେ ଯୁବକ ମୃତ,ଭାଇ ଗୁରୁତର

ବାଇକ୍ ଦୁର୍ଘଟଣା ରେ ଯୁବକ ମୃତ,ଭାଇ ଗୁରୁତର

ମୋହନା:ଗଜପତି

ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ନିକଟ ସାତବାହାଡା ଠାରେ ଘଟିଛି ଏହି ଦୁର୍ଘଟଣା l ସୂଚନା ମୁତାବକ ଯୁବକ ଜଣକ ହେଲେ ଅଜିତ୍ କୁମାର ଉଠାଣସିଂ, ପି- ସହଦେବ ଉଠାସିଂ, ଅଜିତ୍ ଏକ ନାଲିରଙ୍ଗର ଆପାଚି ଗାଡ଼ି ଯାହାର ନମ୍ବର୍ OD07AK8309 ରେ ଆସ୍କା ଠାରୁ ନିଜ ଗ୍ରାମ ରାମଗିରି ଥାନା ଟାଙ୍ଗିଆସାହିକୁ ଯାଉଥିବା ବେଳେ ହଠାତ୍ ବାରିଆପଲ ଗାଡି ସାମ୍ନାକୁ ବାହାରି ଆସିବା ଦେଖି ଡିସ୍କ ବ୍ରେକ୍ ମାରିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇ ଚନ୍ଦ୍ରଗିରି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ l ପରେ ତାଙ୍କ ଅବସ୍ଥା ଗୁରୁତର ଥିବା ହେତୁ ଡାକ୍ତର ଗୁରୁତର ଆହତ ବ୍ୟକ୍ତିକୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନସ୍ତରିତ କରିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି l

author

Related Articles

Leave a Reply

Your email address will not be published. Required fields are marked *