ବାକ୍ୟବାଣରେ ଶାସକ ଦଳକୁ ଘେରିବେ ଶ୍ରୀମୟୀ ଅପା

ବାକ୍ୟବାଣରେ ଶାସକ ଦଳକୁ ଘେରିବେ ଶ୍ରୀମୟୀ ଅପା

ହଁ ଦର୍ଶକବନ୍ଧୁ ରାଜ୍ୟରେ ପ୍ରଥମ ଥର ପାଇଁ ବିରୋଧି ଦଳ ଭୂମିକାରେ ବସିଛି ବିଜୁ ଜନତା ଦଳ । ଚଳିତ ସାଧାରଣ ନିର୍ବାଚନର ଫଳାଫଳ ଏକ ଇତିହାସ ସୃଷ୍ଟି କରିଛି । 24 ବର୍ଷର ସରକାରଙ୍କୁ ଶାସନ ଗାଦିରୁ ହଟାଇଛନ୍ତି ଓଡିଶାର ଜନସାଧାରଣ । ତେବେ ବିରୋଧି ଭୂମିକାରେ ବସିବା ପରେ ବିଜେଡିରେ ଆସିଛି ବଡ ପରିବର୍ତ୍ତନ । ରାଜ୍ୟରେ ବିଭିନ୍ନ ପଦପଦୀରେ ବିଜୁ ଜନତା ଦଳ ବଡ ଧରଣର ପରିବର୍ତ୍ତନ ଆଣିଛି । ପରାଜୟ ପରେ ନବୀନଙ୍କ ବଡ ନିଷ୍ପତ୍ତି । ବିଜେଡିରେ ଯେଉଁ ବଡ ଧରଣର ଅଦଳ ବଦଳ ହୋଇଛି ସେଥିରେ ସ୍ଥାନ ପାଇଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ବିଜେଡିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଘୋଷଣା ପରେ ବିଜେଡିରେ ଆକ୍ଟିଭ ରହୁଥିବା ନେତ୍ରୀ ଶ୍ରୀମୟୀ ମିଶ୍ର କୁଆଡେ ଗାଏବ ହୋଇଯାଇଥିଲେ । ଦୀର୍ଘ ଦିନ ବିତିବା ପରେ ସାମ୍ନାକୁ ଆସିଲେ କିନ୍ତୁ ଦଳକୁ ଫେରିଲେ ନାହିଁ । ଦଳୀୟ ନେତାଙ୍କ ସହ ନଜର ଆସୁଛନ୍ତି କିନ୍ତୁ ଶଙ୍ଖ ଭବନକୁ ଆସୁନାହାନ୍ତି ତାହାକୁ ନେଇ ଚର୍ଚ୍ଚା ହେଉଥିଲା କିନ୍ତୁ ସେହି ଚର୍ଚ୍ଚାରେ ଏବେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡିଛି କହିଲେ ଚଳେ କାହିଁକିନା ଖୁବଶ୍ରୀଘ୍ର ବିଜେଡିକୁ ଫେରୁଛନ୍ତି ଶ୍ରୀମୟୀ ମିଶ୍ର । ଦଳରେ ତାଙ୍କୁ ଏକ ନୂଆ ଦାୟିତ୍ୱ ମିଳିଛି । ପୁଣି ଆକ୍ଟିଭ ହେବେ ଶାସକ ଦଳକୁ ଘେରିବେ ଶ୍ରୀମୟୀ ଅପା । ରାଜ୍ୟ ମୁଖପାତ୍ର ଭାବେ ଶ୍ରୀମୟୀଙ୍କୁ ଜାତୀୟ ମୁଖପାତ୍ରର ଦାୟିତ୍ୱ ଦିଆଯାଇଛି । ଦାୟିତ୍ୱ ମିଳିବା ପରେ ବିଜେଡ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀମୟୀ ମିଶ୍ର । ତାଙ୍କର ଏହି ସୋସିଆଲ ମିଡିଆ ପୋଷ୍ଟ ପରେ ସେ ଶଙ୍ଖ ଭବନକୁ ଫେରିବା ନେଇ ସ୍ପଷ୍ଟ ସୂଚନା ମିଳୁଛି । ତେବେ କେବେ ନିଜର ବାକ୍ୟବାଣରେ ଶାସକ ଦଳକୁ ଘେରିବେ ଶ୍ରୀମୟୀ ଅପା ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *