ବାଚସ୍ପତି ହେବେ ସୁରମା ପାଢୀ

ବାଚସ୍ପତି ହେବେ ସୁରମା ପାଢୀ

ବିଜେପି ନେତ୍ରୀ ତଥା ରଣପୁର ବିଧାୟିକା ସୁରମା ପାଢୀଙ୍କୁ ମିଳିଲା ବାଚସ୍ପତି ପଦ । ମୋହନ ସରକାରର ଶପଥ ଗ୍ରହଣ ସମାରୋହ ଶେଷ ହେବା ପରେ ସୁରମା ପାଢୀ ବାଚସ୍ପତି ପଦରେ ବସିବା ନେଇ ସୂଚନା ମିଳିଛି । ମୋହନ ମାଝୀଙ୍କ କ୍ୟାବିନେଟରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଛାଡିଦେଲେ ଅନ୍ୟ କୌଣସି ମହିଳାଙ୍କୁ ସ୍ଥାନ ମିଳିନି । ତେଣୁ ସୁରମା ପାଢୀଙ୍କୁ ଦଳ ବାଚସ୍ପତି ପଦରେ ସ୍ଥାନିତ କରିବାକୁ ଚିନ୍ତା କରିଛି । ତେବେ ସୁରମା ପାଢୀ ହେଉଛନ୍ତି ରଣପୁରର ବିଧାୟିକା । ଗତ ୨୦୦୪ ମସିହାରେ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ସରକାର ଥିବା ସମୟରେ ସେ ସମବାୟ ମନ୍ତ୍ରୀ ଭାବେ ମଧ୍ୟ କାମ କରିଥିଲେ । ହେଲେ ଏହାପରଠୁ ସେ ଲଗାତାର ନିର୍ବାଚନରେ ପରାଜୟ ଭୋଗି ଆସୁଥିଲେ । ହେଲେ ଏବେ ସେ ପୁଣିଥରେ ବିଧାନସଭାକୁ ଆସିଥିବାରୁ, ତାଙ୍କୁ ବାଚସ୍ପତି ଆସନରେ ବସାଇବାକୁ ଦଳ ଚିନ୍ତା କରିଛି ।

author

Related Articles

Leave a Reply

Your email address will not be published. Required fields are marked *