ଖଲିକୋଟ ଥାନା ଅନ୍ତର୍ଗତ କେଶପୁର ବଜାର ଉପରେ ଥିବା ଏକ ମାର୍ବଲ ଦୋକାନ ଉପରେ ବୋମାମାଡ . ପୂର୍ବ ରାଜନୈତିକ ଶତ୍ରୁତା କୁ ନେଇ ବୋମା ମାଡ଼ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି.. ସୂଚନା ଥାଉ କି ବୋମା ମାଡ଼ ହୋଇଥିବା ମାର୍ବଲ ଦୋକାନଟି ଗତ ସାଧାରଣ ନିର୍ବାଚନ ପୁର୍ବରୁ ରାଜନୈତିକ ହିଂସା କାରଣ ରୁ ମୃତ ହୋଇଥିବା ଦିଲୀପ ପାହାନ ଙ୍କ ଦୋକାନ.. ଏହି ଦୋକାନ କୁ ଦିଲ୍ଲୀପ ଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ସାବିତ୍ରୀ ଚଳାଇ ଆସୁଛନ୍ତି… ତେବେ ଆଜି ରାତି ୮.୩୦ ସମୟ ରେ ଦୋକାନ ବନ୍ଦ କରି ମୃତ ଦିଲ୍ଲୀପ ଙ୍କ ସ୍ତ୍ରୀ ଗଲା ପରେ… ତାଙ୍କର ସେଇ କେଶପୁର ଛକରେ ଥିବା ଶ୍ରୀ ରାମ ଟାଇଲସ ଓ ମାର୍ବଲ ଦୋକାନ ଉପରେ କିଛି ଦୁବୃର୍ତ୍ତ ୩ ଟି ବୋମା ମାଡ଼ କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି .ତେବେ ମୃତ ଦିଲ୍ଲୀପଙ୍କ ମକଦ୍ଦମା ରେ ସମ୍ପୃକ୍ତ ଥିବା ସାକ୍ଷୀ ମାନଙ୍କୁ ଡରାଇବା ପାଇଁ ଏହି ବୋମା ମାଡ଼ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ଖଲ୍ଲିକୋଟ ପୋଲିସ ସମେତ ଛତ୍ରପୁର ଏଡିପିଓ ଗୌରହରି ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି
You can share this post!
author
Related Articles
ସ୍ୱାମୀର ହାତ ଛାଡିଲେ ସ୍ତ୍ରୀ
- November 6, 2024
ଗଞ୍ଜେଇ ଓ ଭାଙ୍ଗ ଜବତ
- November 6, 2024
ପୋଲିସ ହାବୁଡ଼ରେ ମୋଷ୍ଟ ୱାଣ୍ଟେଡ
- November 6, 2024