ବାଜିଲାଣି ବିଗୁଲ…ଏହିଦିନ ହେବ ନିର୍ବାଚନ

ବାଜିଲାଣି ବିଗୁଲ…ଏହିଦିନ ହେବ ନିର୍ବାଚନ

ପୁଣି ବଢିବ ନିର୍ବାଚନ ତାତି । ପୁଣିଥରେ ନିଜର ନେତା ବାଛିବାର ସୁଯୋଗ ପାଇବେ ସାଧାରଣ ଜନତା । ହଁ ଦର୍ଶକବନ୍ଧୁ ବାଜିଲାଣି ନିର୍ବାଚନର ବିଗୁଲ । ପ୍ରଚାରରେ କମ୍ପିବ ଗାଁ ଦାଣ୍ଡ । ତେବେ ନିକଟରେ ଲୋକସଭା ନିର୍ବାଚନ ଶେଷ ହୋଇଥିବା ବେଳେ ଏବେ ହେବ ବିଧାନସଭା ନିର୍ବାଚନ । ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଭାରତୀୟ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଏଥର ଜାମୁକାଶ୍ମୀରରେ 90ଟି ବିଧାନସଭାରେ ଭୋଟ ପଡିବାକୁ ଯାଉଛି । ଅନ୍ୟପଟେ ହରିୟାଣାରେ ମଧ୍ୟ ନିର୍ବାଚନର ବିଗୁଲ ବାଜିବାକୁ ଯାଉଛି । ହରିୟାଣାର ମୋଟ 90ଟି ବିଧାନସଭାରେ ଭୋଟ ପଡିବ । ତେବେ ଏଥିପାଇଁ ଭାରତୀୟ ନିର୍ବାଚନ ଆୟୋଗ ମୁଖ୍ୟ ରାଜିଭ କୁମାର ତାରିଖ ଘୋଷଣା କରିଛନ୍ତି । ଅନ୍ୟପଟେ 2024 ସାଧାରଣ ନିର୍ବାଚନ ପୂର୍ବରୁ ମେ ଓ ଜୁନ ମାସରେ ଓଡିଶା ସମେତ ବିଭିନ୍ନ ରାଜ୍ୟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କିନ୍ତୁ ନିର୍ବାଚନ ଆୟୋଗ ଟିମ ହରିୟାଣା ଓ ଜାମ୍ମୁକାଶ୍ମୀର ସ୍ଥିତି ପରଖିବା ପରେ ତାରିଖ ଘୋଷଣା କରିଛନ୍ତି । ତେବେ କେଉଁଠି କେଉଁ ପର୍ଯ୍ୟାୟରେ ନିର୍ବାଚନ ହେବ ସେ ନେଇ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି । ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ଜାମ୍ମୁକାଶ୍ମୀରରେ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେବ । ମୁଖ୍ୟ ନିର୍ବାଚନ କମିଶନରଙ୍କ ଘୋଷଣା ମୁତାବକ ଅକ୍ଟୋବର ପହିଲାରେ ନିର୍ବାଚନ ହେବାକୁ ଥିବାବେଳେ ସେପ୍ଟମ୍ୱର ମାସରେ ତିନୋଟି ପର୍ଯ୍ୟାୟରେ ଜମ୍ମୁକାଶ୍ମୀରରେ ନିର୍ବାଚନ ହେବ ଏବଂ ଅକ୍ଟୋବର ପହିଲାରେ ନିର୍ବାଚନ ଫଳାପଳ ପ୍ରକାଶ ପାଇବ ।

author

Related Articles

Leave a Reply

Your email address will not be published. Required fields are marked *