ବାଜି ମାରିଲେ ଭାଜପା ପ୍ରାର୍ଥୀ

ବାଜି ମାରିଲେ ଭାଜପା ପ୍ରାର୍ଥୀ । ଦିଲ୍ଲୀ ହଜ କମିଟି ନିର୍ବାଚନରେ ବିଜେପି ପ୍ରାର୍ଥୀ ବାଜି ମାରିଛନ୍ତି । ଭାଜପାର କୌସର ଜାହାଁ ବିଜୟୀ ହୋଇ ଅଧ୍ୟକ୍ଷ ପଦ ପାଇଛନ୍ତି। ଫଳରେ ଆମ ଆଦମୀ ପାର୍ଟି(ଏଏପି)କୁ ବଡ଼ ଝଟ୍କା ଲାଗିଛି। ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସେନା ଗତ ଜାନୁଆରୀ ୬ରେ ଆସନ୍ତା ତିନି ବର୍ଷ ପାଇଁ ରାଜ୍ୟ ହଜ କମିଟି ଗଠନ କରିଥିଲେ। ଏହି କମିଟିର ସଦସ୍ୟ ଭାଜପା ଏମ୍ପି ଗୌତମ ଗମ୍ଭୀର, ଦୁଇ ଆମ ଆଦମୀ ପାର୍ଟିର ବିଧାୟକ ଅବଦୁଲ ରେହମାନ ଏବଂ ହାଜି ୟୁନୁସ, କଂଗ୍ରେସ ଏମସିଡି କାଉନସିଲର ନାଜିଆ ଡାନିଶ, ମୁସଲିମ ଧର୍ମଶାସ୍ତ୍ର ବିଶେଷଜ୍ଞ ମହମ୍ମଦ ସାଦ ଏବଂ ମୁସଲମାନ ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ କୌସର ଜାହାଁ ଥିଲେ।
ସୂଚନାନୁସାରେ, କୌଶରଙ୍କୁ ମୋଟ ତିନୋଟି ଭୋଟ ମିଳିଛି, ଯେଉଁଥିରେ ଗୌତମ ଗମ୍ଭୀର ଏବଂ ମହମ୍ମଦ ସାଦଙ୍କ ଭୋଟ ସହିତ ନିଜର ଭୋଟ ରହିଛି।

author

Related Articles

Leave a Reply

Your email address will not be published. Required fields are marked *