ପଦାରେ ପଡିଲା ବିଜେପିର ଅସଲ ଚିତ୍ର । ବାତ୍ୟା ଆଶ୍ରୟସ୍ଥଳୀରେ ଚାଲିଥିଲା ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ । ହଁ ଆଜ୍ଞା, ବାତ୍ୟା ଦାନାର ପ୍ରଭାବରେ ଏବେ ଲୋକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । କେଉଁଠି ଘର ଭାଙ୍ଗିଯାଇଛି ତ ଆଉ କେଉଁଠି ଆହାର ମୁଠେ ମିଳୁନି । ଏଥିପାଇଁ ସରକାରଙ୍କ ଦ୍ୱାରା କରାଯାଇଥିବା ବ୍ୟବସ୍ଥା ଅନୁସାରେ ଲୋକେ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି । କିନ୍ତୁ ଏଠାରେ ବି ବିଜେପି ରାଜନୀତି କରୁଥିବା ଅଭିଯୋଗ ଆସୁଛି । ବାତ୍ୟା ଆଶ୍ରୟସ୍ଥଳୀରେ କିଛି ବିଜେପି କର୍ମୀ ଆଶ୍ରୟ ନେଇଥିବା ଲୋକଙ୍କୁ ବିଜେପିର ଉତ୍ତରୀୟ ଦେଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଘୂରା ବୁଲୁଛି । ଲୋକଙ୍କ ଅସହାୟତାର ଫାଇଦା ଉଠାଇ ସେମାନଙ୍କୁ ନିଜ ଆଡକୁ ବିଜେପି ଟାଣି ନେଉଥିବା ଏବଂ ସେମାନଙ୍କୁ ବିଜେପିର ସଦସ୍ୟ କରାଉଥିବା ଦେଖିବାକୁ ମିଳିଛିା ଯାହାକୁ ସାଧାରଣ ଲୋକମାନେ ତୀବ୍ର ସମାଲୋଚନା କରିବା ସହ ଏହାକୁ ବିରୋଧ କରିଛନ୍ତି । ଏପରି ଅସମୟରେ ରାଜନୀତି କରୁଥିବାରୁ ବିଜେପିକୁ ତୀବ୍ର ନିନ୍ଦା ମଧ୍ୟ କରାଯାଉଛି ।
ତେବେ କେବଳ ଏତିକି ନୁହେଁ ସରକାର ଲୋକଙ୍କୁ ସ୍ଥାନାନ୍ତର କରୁଥିବା , ବାତ୍ୟା ଅଞ୍ଚଳ ବୁଲି ଦେଖୁଥିବା ଏବଂ ଲୋକମାନଙ୍କୁ ରିଲିଫ୍ ଯୋଗାଇ ଦିଆଯାଉଥିବା ଗଣମାଧ୍ୟମ ଆଗରେ ଯୁକ୍ତି ବାଢୁଛନ୍ତି । କିନ୍ତୁ ଅନେକ ସ୍ଥାନରେ ଏବେ ବି ରିଲିଫ୍ ପହଞ୍ଚିପାରୁନଥିବା ସୂଚନା ମିଳୁଛି । ଯାଜପୁରରେ ଏବେବି ରିଲିଫ୍ ମିଳିନଥିବା ନିଜେ ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ବିଞ୍ଝାରପୁର ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଅଭିଯୋଗ କରିଛନ୍ତି । ଯାଜପୁରର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲିବା ସହ ସେଠାରେ ଥିବା ଅବ୍ୟବସ୍ଥା ଉପରେ ନଜର ପକାଇଥିଲେ ପ୍ରମିଳା । ଏବଂ କାହିଁକି ଏଯାଏ ସରକାରଙ୍କ ରିଲିଫ୍ ଏଠାକୁ ଆସିନି, ଏବଂ ସରକାରୀ ଅଧିକାରୀ କେବଳ ଲୋକଙ୍କ ଫଟୋ ଉଠାଇ ଆସୁଛନ୍ତି ସେନେଇ ଜିଲ୍ଲାପାଳଙ୍କୁ ଜଣାଇ ଅଭିଯୋଗ କରିଥିଲୋ ଏବଂ ୨ ଦିନ ଭିତରେ ରିଲିଫ୍ ଏବଂ ଗୋଖାଦ୍ୟ ଯୋଗାଇଦେବା ପାଇଁ ଦାବି କରିଥିଲେ । ଯେଉଁଥିରୁ ବିଜେପି ସରକାରଙ୍କ ଉପରେ ସନ୍ଦେହ ସୃଷ୍ଟି ହେଉଛି । ଏବଂ ବିଜେପି କେବଳ ବାହାସ୍ପଟ ମାରୁଥିବା ବିରୋଧୀ ଯେଉଁ ଅଭିଯୋଗ କରୁଛନ୍ତି ତାହା କେଉଁଠି ନା କେଉଁଠି ସତ ବୋଲି ପ୍ରମାଣିତ ହେଉଛି ।