ବାତ୍ୟାର କରାଳ ରୂପ ଓଡିଶାରେ ବିଭୀଷିକା ରଚିବା ପରେ ହନ୍ତସନ୍ତ ଜନ ଜବୀନ । ଆଜି ସକାଳୁ ହବାଳିକଟିଠାରେ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି । ତାଣ୍ଡବ ରଚି ଓଡିଶାରୁ ଫେରିଯାଇଛି ଦାନା । ବାତ୍ୟାର ପ୍ରଭାବରେ ବହୁ ଲୋକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କାହାର ଘରବାଡି ଭାଙ୍ଗିଯାଇଛି ତ କେଉଁଠାରେ ବିଦ୍ୟୁତଖୁଣ୍ଟ ଉପୁଡିଯାଇଛି । ବିଭିନ୍ନ ମନ୍ତ୍ରୀ ମାନଙ୍କୁ ମୋହନ ମାଝୀ ଦାୟିତ୍ୱ ବାଣ୍ଟିଛନ୍ତି ଏବଂ ସେମାନେ ନିଜ ନିଜ ଅ଼ଞ୍ଚଳରେ ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ କରୁଥିବା ବେଳେ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ତେବେ ଉପକୂଳବର୍ତ୍ତୀ ଏରିଆ ମୟୂରଭଞ୍ଜ,କେନ୍ଦ୍ରାପଡା,ଭଦ୍ରକ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ଆଶ୍ରୟସ୍ଥଳୀକୁ ମଦ୍ୟ ଲୋକମାନଙ୍କୁ ସ୍ଥାନସ୍ତର କରାଯାିଛି । ଏପରି ପରିସ୍ଥିତିରେ ଆଜି ସକାଳୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୈଠକ କରିବା ସହ ବିଦ୍ୟୁତ ସେବା ସନ୍ଧ୍ୟାସୁଦ୍ଧା ସ୍ୱାଭାବିକ ହେବା ନେଇ ସୂଚନା ଦେଇଛନ୍ତି । ଆସନ୍ତାକାଲି ଦିନ 10ଟା ସମୟରେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆକାଶ ମର୍ଗରୁ ବନ୍ୟା ଅଞ୍ଚଳ ପରିଦର୍ଶନ କରି ଲୋକଙ୍କୁ ସାହାଯ୍ୟର ହାତ ବଢାଇବେ ମୋହନ ସରକାର ।
You can share this post!
author