ବାତ୍ୟା ପରେ ଯାଇଥିଲେ ବାଟ ଛାଡିଲେନି ଲୋକେ !

ବାତ୍ୟା ପରେ ଯାଇଥିଲେ ବାଟ ଛାଡିଲେନି ଲୋକେ !

ସାଂସଦଙ୍କ କାର ଆଗରେ ପ୍ରବଳ ଭିଡ଼ . ବାଟ ଛାଡୁନାହାଁନ୍ତି ସ୍ଥାନିୟ ଲୋକେ . ଏଠି କଣ ଚାଲିଛି ? କିଏ କହୁଛି ସାର ଆପଣଙ୍କ ପାଦ ଟିକେ ପଡ଼ିଛି ଗାଁରେ ଯାଇକି ଟିକେ ଦେଖନ୍ତୁ . ଆମେ ରହିପାରିବୁନି ଗାଁ ଲୋକେ .ଦୟାକରି ସାର ଟିକେ ଦେଖନ୍ତୁ .ଏମିତି କିଛି କହି କେନ୍ଦ୍ରପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଘେରିଗଲେ ସ୍ଥାନୀୟ ଲୋକେ . ବିଭିନ୍ନ ଲୋକ ବିଭିନ୍ନ ସମସ୍ୟା ବିଷୟରେ ତାଙ୍କୁ ଜଣାଇଥିଲେ . ତେବେ ଏତେ ବଡ଼ ବାତ୍ୟା ଚାଲିଗଲା ହେଷଳ ସାଂସଦଙ୍କର ବାତ୍ୟା ଖବର ଶୁଣିବା ପରେ ବି ଦିନେହେଲେ ଦର୍ଶନ ନଥିଲା .ଆଜି ଯାଇଛନ୍ତି ଏସି କାରରେ ବସ .ଆଉ ଏହି ସମୟରେ ଲୋକମାନେ ତାଙ୍କୁ ଘେରି ନିଜର ସମସ୍ୟା ବିଷୟରେ କହୁଥିଲେ .କାଲେ ସମାଧାନ ହୋଇଯିବ ସେହି ଆଶାରେ .

ତେବେ ନିକଟରେ ଦଳୀୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାଙ୍କ ସହ ବାତ୍ୟା ପ୍ରଭାବିତ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ବିଭିନ୍ନ ଅଂଚଳ ପରିଦର୍ଶନ କରି ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ ସାଂସଦ ବୈଜୟନ୍ତ ପଣ୍ଡା .ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର କ୍ଷୟକ୍ଷତି ସମ୍ବନ୍ଧରେ ସମ୍ପୂର୍ଣ୍ଣ ଭାବେ ଅବଗତ ଅଛନ୍ତି ଏବଂ ଜନସାଧାରଣଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ତତ୍ପର ଅଛନ୍ତ ବୋଲି କହିଥିଲେ କେନ୍ଦ୍ରାପଡ଼ା ରାଜନଗର ଅଂଚଳ ଗସ୍ତରେ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧକ୍ଷ ବୈଜୟନ୍ତ ପଣ୍ଡା . ତେବେ ବାତ୍ୟା ଦାନା ପ୍ରଭାବରେ ରାଜନଗର ଅଂଚଳରେ ଅନେକ କ୍ଷୟକ୍ଷତି ହୋଇଛି . ବାତ୍ୟା ପ୍ରକୋପରେ ଲୋକଙ୍କ ଅନେକ ଧନ ଜୀବନ ନଷ୍ଟ ହୋଇଛି .ହଜାର ହଜାର ହେକ୍ଟର ଜମି ଜଳ ମଗ୍ନ ହୋଇଛି . ଲୋକଙ୍କ ଛପର ଓ ଆଜବେଷ୍ଟ ଘର ଭାଙ୍ଗି ଯାଇଛି . ଏପଟେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପାଇଁ ତତ୍ପରତା ପ୍ରକାଶ କରିଛନ୍ତି ସରକାର .

author

Related Articles

Leave a Reply

Your email address will not be published. Required fields are marked *