ବାତ୍ୟା ପାଇଁ ନବୀନ ନେଲେ ବଡ ପଦକ୍ଷେପ…

ବାତ୍ୟା ପାଇଁ ନବୀନ ନେଲେ ବଡ ପଦକ୍ଷେପ…

ବାତ୍ୟା ପାଇଁ ନବୀନ ନେଲେ ବଡ ପଦକ୍ଷେପ । ଦଳୀୟ ନେତା କର୍ମୀଙ୍କୁ ଦେଲେ କଡା ନିର୍ଦ୍ଦେଶ । ହଁ ଆଜ୍ଞା, ପ୍ରଥମ ଥର ପାଇଁ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିନା ନେତୃତ୍ୱରେ ଓଡିଶାରେ ବାତ୍ୟା ପରିଚାଳନା କରାଯାଉଛି । ଏବଂ ପ୍ରଥମ କରି ସରକାର ଗଢିଥିବା ବିଜେପି ଏଥର ବାତ୍ୟା ପରିଚାଳନା କରୁଛି । ତଥାପି ବିଜେଡି ଚୁପ୍ ହୋଇ ବସିନି । ଓଡିଶାବାସୀଙ୍କ ପ୍ରତି ବିଜେଡି ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଭଲପାଇବା ତାଙ୍କୁ ଚୁପ୍ ହୋଇ ବସିବାକୁ ଦେଇନି । ଯାହାକୁ ଦୃଷ୍ଟିରେ ରଖି ନବୀନ ସରକାରରେ ନଥାଇ ମଧ୍ୟ ବାତ୍ୟା ପରିଚାଳନା ପାଇଁ ଆଗେଇ ଆସିଛନ୍ତିା ଏବଂ ଦଳର ନେତା ଏବଂ କର୍ମୀଙ୍କ ଆଗକୁ ଆସିବା ସହ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତିା ଅନ୍ୟପଟେ ଲୋକମାନେ ମଧ୍ୟ ଏଭଳି ସ୍ଥିତିରେ ମୋହନ ସରକାରଙ୍କ ଅପେକ୍ଷା ନବୀନଙ୍କୁ ମନେ ପକାଉଛନ୍ତି । କାହିଁକି ନା ନବୀନଙ୍କ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଏତେ ଉନ୍ନତମାନର ରହିଥିଲା ଯେ, ଏବେ ବି ଏସବୁ ପାଇଁ ଓଡିଶାକୁ ବାହାର ରାଜ୍ୟ ପ୍ରଶଂସା କରୁଛନ୍ତିା ଏବଂ ନବୀନଙ୍କ ନେତୃତ୍ୱକୁ ମଧ୍ୟ ସମ୍ମାନ ଜଣାଉଛନ୍ତି । କିନ୍ତୁ ବିଜେପି ସରକାର ଉପରେ ଲୋକେ ଭରସା କରିପାରୁନାହାନ୍ତି । କାହିଁକି ନା ଆରମ୍ଭରୁ ହିଁ ଲୋକମାନଙ୍କୁ ବିଜେପି ପରାମର୍ଶ ଦେବା ପରିବର୍ତେ ଭୟ ଦେଖାଉଛି । ଯାହାକୁ ଲୋକେ ପସନ୍ଦ କରୁନାହାନ୍ତି । ଯାହା ବିଜେପିର ଚିନ୍ତା ବଢାଇଛି । ତେବେ ନବୀନ ନିଜ ସୋସିଆଲ ମିଡିଆରେ ମଧ୍ୟ ଲୋକଙ୍କୁ ସଚେତନ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଯାହାକୁ ସାଧାରଣ ଲୋକେ ଖୁବ୍ ପସନ୍ଦ କରୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *