ବାତ୍ୟା ପାଇଁ ପାଣିଚିଆ ହେବ ନିର୍ବାଚନ

ବାତ୍ୟା ପାଇଁ ପାଣିଚିଆ ହେବ ନିର୍ବାଚନ

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତା ସାଙ୍ଗକୁ ଜୋର ଜମୁଛି ନିର୍ବାଚନର ମାହୋଲ । ଏହାରି ଭିତରେ ମାଡିଆସୁଛି ଭୟଙ୍କର ବାତ୍ୟା । ହଁ ଦର୍ଶକବନ୍ଧୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ବଳ ଗୋଟାଉଛି ଅବପାତ । ଆସନ୍ତା 25 ତାରିଖରେ ତାଣ୍ଡବ ରଚିପାରେ ଏହି ବାତ୍ୟା । ରାଜ୍ୟରେ କିଛି ସ୍ଥାନରେ ନିର୍ବାଚନର ମାହୋଲ ଜମୁଥିବା ବେଳେ ଏହି ସବୁ ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ବାତ୍ୟା ବର୍ତ୍ତମାନ ଉତ୍ତର ପୂର୍ବ ଦିଗରେ ଗତି କରୁଛି । ଆସନ୍ତାକାଲି ସକାଳେ ବାତ୍ୟାର ରୂପ ନେବା ପରେ ଉତର ଦିଗରେ ଗତି କରିବା ଆରମ୍ଭ କରିବ । ୨୫ ସନ୍ଧ୍ୟାରେ ଭୀଷଣ ବାତ୍ୟାରେ ପରିଣତ ହେବ । ଓଡ଼ିଶା ଉପକୂଳରେ ୪୦ରୁ ୫୦କିଲୋମିଟର ବେଗରେ ପବନ ବହିବ । ପବନର ବେଗ ବଢି ୬୦କିଲୋମିଟର ରହିବ । ବାତ୍ୟା ସେହି ସମାନ ଭାବେ ଉତର ଦିଗରେ ଗତି କରି ବାଂଲାଦେଶ ସଂଲଗ୍ନ ପଶ୍ଚିମବଙ୍ଗର ସାଗର ଦ୍ୱିପ ଓ ଖେପୁପରା ମଧ୍ୟରେ ୨୬ ମଧ୍ୟରାତ୍ରରେ ଭୀଷଣ ବାତ୍ୟା ହୋଇ ଉପକୂଳ ଅତିକ୍ରମ କରିବା ନେଇ ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୬ସକାଳୁ ପବନର ବେଗ ବଢ଼ିବ । ୬୦ରୁ ୭୦ ଓ ଝଟକା ପବନ ୮୦କିଲୋମିଟର ପ୍ରତି ଘଂଟା ରହିପାରେ । ସାମ୍ଭାବ୍ୟ ଭୀଷଣ ବାତ୍ୟାର ପ୍ରଭାବ ଓଡ଼ିଶାରେ ସିଧାସଳଖ ପଡ଼ିବ ନାହିଁ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କିନ୍ତୁ ଏହାର ପ୍ରଭାବ ରହିପାରେ ।

author

Related Articles

Leave a Reply

Your email address will not be published. Required fields are marked *