ବାପାଙ୍କୁ ଶ୍ରାଦ୍ଧ ଦେବା ବେଳେ ବି ବଡ଼ିଗାର୍ଡ !

ବାପାଙ୍କୁ ଶ୍ରାଦ୍ଧ ଦେବା ବେଳେ ବି ବଡ଼ିଗାର୍ଡ !

ଦେଖନ୍ତୁ ଏହି ଫଟୋକୁ .ଯେଉଁଠାରେ ଜଣେ ବ୍ୟକ୍ତି ଗେରୁଆ ରଙ୍ଗର ବସ୍ତ୍ର ପିନ୍ଧିଛନ୍ତି . ଆଉ ତାଙ୍କ ଚାରିପଟେ ବଡିଗାର୍ଡ ମାନେ ଚାଲିଛନ୍ତି . ଆଉ ଆଗରେ ଜଣେ ପଣ୍ଡିତ ଚାଲିଛନ୍ତି . ଜାଣିପାରିତ ଏ କିଏ ? ତେବେ ଏ ହେଉଛନ୍ତି ଆର ରାଜ୍ୟର ସରକାରଙ୍କ କ୍ରୀଡା ମନ୍ତ୍ରୀ ସୁର୍ଯ୍ୟବଂଶୀ ସୂରଜ . ଯିଏ କି ନିଜ ବାପାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକିରେ ଶ୍ରାଦ୍ଧ ଦେବାକୁ ନିଜ ଗାଁରେ ପହଂଚିିଲେ .ଏହା ହେଉଛି ସେହି ସମୟର ଦୃଶ୍ୟ . ଯାହା ବର୍ତମାନ ଭାଇରାଲ ହେବାରେ ଲାଗିଛି . କିନ୍ତୁ ଏଠାରେ କଥା ହେଉଛି ନିଜ ଗାଁରେ ବାପାଙ୍କ ଶ୍ରାଦ୍ଧ ରେ ସୂର୍ଯ୍ୟ ବଂଶୀସୂରଜ ଙ୍କୁ ତାଙ୍କ ବଡିଗାର୍ଡ ସୁରକ୍ଷା ଦେଉଛନ୍ତି . ଏହାକୁ ଦେଖିବାକୁ ପରେ ସମସ୍ତେ କହୁଛନ୍ତି ମନ୍ତ୍ରୀଙ୍କୁ କାହାର ଏତେ ଭୟ ଯେ . ସେ ନିଜ ଗାଁରେ ନିଜକୁ ଅସୁରକ୍ଷିତ ମତେ କରୁଛନ୍ତି ଆଉ ବର୍ଡିଗାଡ ଧରି ବୁଲୁଛନ୍ତି .

ତେବେ ଆମେ ଏଠାରେ କହି ରଖୁଛୁ . ସରକାରରେ ମନ୍ତ୍ରୀ କିମ୍ବା ବିଧାୟକ ମାନଙ୍କୁ ସୁରକ୍ଷା ମିଳିଥାଏ . ଏମାନେ ଯେଉଁଠାକୁ ଯାଇଥାନ୍ତି ସେମାନଙ୍କ ବର୍ଡିଗାଡ ସେଠାକୁ ଯାଇଥାନ୍ତି ଏହାକ କିଛି ନୁଆ କଥା ନୁହେଁ .

ତେବେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ କଥା ଯଦି କହିବା . ସେ ହେଉଛନ୍ତି ଧାମନଗରର ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ . ତାଙ୍କ ମୃତ୍ୟୁ ପରେ ଧାମନଗର ରେ ଉପନିର୍ବାଚନ ହୋଇଥିଲା . ଯେଉଁଥିରେ ସୂଜର ସେଠାକାର ଲୋକଙ୍କ ମନ ଜିତିଥିଲେ . ପରେ ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ ସୁରଜଙ୍କୁ ଅଂଚଳ ବାସୀ ପୁଣିଥରେ ଭୋଟ ଦେଇ ଜୟ ଯୁକ୍ତ କରିଥିଲେ . ଆଉ ବର୍ତମାନ ସେ ରାଜ୍ୟରେ ନୂଆ କରି ସରକାର କରିଥିବା ବିଜେପି ସରକାରରେ କ୍ରିଡା ମନ୍ତ୍ରୀ ଆସନରେ ବସିଛନ୍ତି .

author

Related Articles

Leave a Reply

Your email address will not be published. Required fields are marked *