ବାପାଙ୍କ ଗଡ ରଖିବେ ଉପାସନା

ବାପାଙ୍କ ଗଡ ରଖିବେ ଉପାସନା

ବ୍ରହ୍ମଗିରିରୁ ପୂର୍ବତନ ବିଧାୟକ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କୁ ପ୍ରାର୍ଥୀ କରାଇଛି ବିଜେପି । ବାପାଙ୍କ ଲିଗାସିକୁ ଆଗକୁ ନେଇ ନିର୍ବାଚନ ଲଢିବେ ଉପାସନା । ବ୍ରହ୍ମଗିରି ଆସନ ସବୁ ବେଳେ ଚର୍ଚ୍ଚିତ ରହିଛି । କାରଣ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଓ ବିଜେଡିର ସଞ୍ଜୟ ଦାସବର୍ମାଙ୍କ ମଧ୍ୟରେ ଥିବା ରାଜନୈତିକ ପତିଆରା ଲଢେଇ ।  ଉପାସନାଙ୍କ ବାପା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ବ୍ରହ୍ମଗିରି ଆସନରୁ ତିନି ତିନି ଥର କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ ଓ ୨୦୧୪ରୁ ସେ ସଞ୍ଜୟ ଦାସ ବର୍ମାଙ୍କ ଠାରୁ ନିର୍ବାଚନ ହାରି ଯାଇଥିଲେ । ଲୁଲୁ ମହାପାତ୍ରଙ୍କ ପରଲୋକ ପରେ ତାଙ୍କ ସାନ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ତାଙ୍କ ଝିଅ ଉପାସନା ବିଜେପିରେ ଯୋଗ ଦେଇଥିଲେ । ଏଥର ନୂଆ କରି ବିଜେପି ଉପାସନାଙ୍କୁ ଟିକେଟ ଦେଇଛି।

author

Related Articles

Leave a Reply

Your email address will not be published. Required fields are marked *