ବାପାଙ୍କ ଗୁଣ୍ଡାଗର୍ଦ୍ଦି ଅଙ୍କିତଙ୍କୁ ପଡିବ ମହଙ୍ଗା !

ବାପାଙ୍କ ଗୁଣ୍ଡାଗର୍ଦ୍ଦି ଅଙ୍କିତଙ୍କୁ ପଡିବ ମହଙ୍ଗା !

ଚଳିତ ନିର୍ବାଚନରେ କଣ ରହିବ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ରାଜନୈତିକ ଗଣିତ । ହଁ ଦର୍ଶକବନ୍ଧୁ ଯେତେବେଳେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ କଥା ଉଠେ ସେତେବେଳେ ଗୋଟିଏ ନାଁ ସାମ୍ନାକୁ ଆସେ । ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗାର ବିଧାୟକ ଥିବା ପ୍ରତାପ ଜେନା । ଲଗାତାର ଭାବେ ପ୍ରତାପ ଜେନା ଏଠାରୁ ହ୍ୟାଟ୍ରିକ କରିଆସୁଥିଲେ । କିନ୍ତୁ ଚଳିତ ନିର୍ବାଚନରେ ମାହାଙ୍ଗାକୁ ନେଇ କିଛି ଭିନ୍ନ ରଣନୀତି ପ୍ରସ୍ତୁତ କରିଛନ୍ତି ପ୍ରତାପ ଜେନା । ତାଙ୍କ ସ୍ଥାନରେ ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ବିଜେଡି ସୁପ୍ରିମୋ ମାହାଙ୍ଗାରୁ ପ୍ରାର୍ଥୀ କରାଇଛନ୍ତି । ମାହାଙ୍ଗା ଡବଲ ମର୍ଡର କେସରେ ସଂପୃକ୍ତ ଥିବା ପ୍ରତାପଙ୍କ ଉପରେ ଦଳ ଏଥର ଭରସା ନ କରି ତାଙ୍କ ପୁଅ ଅଙ୍କିତ ପ୍ରତାପଙ୍କୁ ଟିକେଟ ଦେଇଛି । ତେବେ ଚର୍ଚ୍ଚା ହେଉଛି ମାହାଙ୍ଗାରେ ପ୍ରତାପଙ୍କର ଯେତିକି ଲୋକପ୍ରିୟତା ରହିଛି ତାଠୁ ଅଧିକ ଗୁଣ୍ଡାଗର୍ଦ୍ଧି ପାଇଁ ତାଙ୍କୁ ଲୋକ ଜାଣିଛନ୍ତି । ଯେଉଁଥିପାଇଁ ବିଜେଡି ହାରିବା ଭୟରେ ପ୍ରତାପଙ୍କ ସ୍ଥାନରେ ତାଙ୍କ ପୁଅ ଅଙ୍କିତ ପ୍ରତାପଙ୍କୁ ଟିକେଟ ଦେଇଛି । ଅନ୍ୟପଟେ ବିଜେପି ଏଠାରେ ସୁମନ୍ତ ଘଡାଇଙ୍କୁ ପ୍ରାର୍ଥୀ କରାଇଛି । ତେବେ ପ୍ରତାପଙ୍କ ଗଡ ଭାଙ୍ଗିବା ପାଇଁ ବିଜେପି ପ୍ରାର୍ଥୀ ସୁମନ୍ତ ଘଡାଇ ଏବେ ପ୍ରଚାର ମଇଦାନରେ ନିଜର ଜୋରଦାର ପ୍ରଚାର କଲେଣି । ଅନ୍ୟପଟେ ଅଙ୍କିତ ଜେନା ନିଜର ସମର୍ଥକଙ୍କୁ ମେଳି ବାନ୍ଧି  ବିରାଟ ଶୋଭାଯାତ୍ରା କରି ନାମାଙ୍କନ ଭରିଛନ୍ତି । ବାପାଙ୍କ ଗଡରେ ପୁଣିଥରେ ଶଙ୍ଖନାଦ କରିବେ ଅଙ୍କିତ କିନ୍ତୁ ପ୍ରତାପଙ୍କ ନାଁରେ ଚାଲିଥିବା ମାହାଙ୍ଗା ଡବଲ ମର୍ଡର କେସ ଅଙ୍କିତଙ୍କ ଉପରେ କଣ ପ୍ରଭାବ ପକାଇବ ବୁଡିଯିବ କି ଅଙ୍କିତଙ୍କ ରାଜନୈତିକ କ୍ୟାରିୟର ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *